STORYMIRROR

Amit Bal

Abstract Tragedy Classics

3  

Amit Bal

Abstract Tragedy Classics

(୨୧)*ବନ୍ଧୁ *

(୨୧)*ବନ୍ଧୁ *

1 min
261

ନିରବତାର ନିଃସଙ୍ଗ ଗହଳି ଭିତରେ

କେବେ ଯଦି ପଶିଯାଏ ମୁଁ ଅଜାଣତେ

ଆଜିକାଲି ସ୍ମୃତି ସାଥେ କେଉଁ ମୂହୁର୍ତ୍ତରେ ,

ମନ ଭାରି ଘାଣ୍ଟି ହୁଏ ବନ୍ଧୁ ଆଉ ବନ୍ଧୁତ୍ବର

ପତ୍ରଝଡ଼ା ବିବର୍ଣ୍ଣ ଧୂସର‌ ଅଜଣା ସହରେ,


ଜାଣେନା ଚାଲୁଚାଲୁ ସମୟର ତୀକ୍ଷ୍ଣ ଖଣ୍ତାଦାଢରେ

କିଏ କେଉଁଠି ନୀଡ଼ ବାନ୍ଧିଲା ରହିଗଲା

କେଉଁ ନଗରେ,

କାହା ପାଇଁ ଫୁରସତ ନାହିଁ ଜୀବନ ଜୀବିକାରୁ

କାହାଲାଗି ବନ୍ଧୁତ୍ବର ହିଁ ମାନେନାହିଁ

ଆଜି ଜୀବନରେ,


ଏମିତି ଏକ ମୋଡରେ ଏବେ ପହଞ୍ଚି ଯାଇଛି ସମୟ

ପ୍ରାଚୁର୍ଯ୍ଯର ପାହାଡ଼ ତ ଅଛି, ବହୁନାହିଁ ବନ୍ଧୁତ୍ବର ମଳୟ,

ଗୋଧୂଳିର ଫିକାରଙ୍ଗେ ଦିଶୁଛି ପ୍ରିୟବନ୍ଧୁର ନିସ୍ତେଜ ଆଖି

ଯେପରି ଜୀର୍ଣ୍ଣଶୀର୍ଣ୍ଣ ଛାଇ ଖାଲି,ଆଉ ନାହିଁ କିଛି ବୋଲି ବାକି


ଆଖି ଜକେଇ ଆସେ ପଛକଥା ଭାବି ଅବୁଝା କୋହରେ

ଝୁରି ହୁଏ ପିଲାଦିନ ସ୍ମୃତି ମୁଁ କେବେକେବେ ରାତି ଅଧରେ,

ଆମ୍ବତୋଟା ମନ୍ଦିର ବେଢ଼ା ନଈପଠା କାଶତଣ୍ତୀର ପବନ

ମାଖିଥିଲୁ ଯେଉଁ ପ୍ରେମ କୈଶୋରେ ମନେପଡେ ସେଦିନ ,


ବନ୍ଧୁତାର ବିଡ଼ମ୍ବିତ ଏ ଦ୍ୱିପ୍ରହରବି ହଜିଯିବ ନିରୋଳାରେ

ଜୀବନ ଲୁଚିଯିବ ସତେକି ପଳାଶ ପାଖୁଡା ଶେଯରେ

ତା' ଆଗରୁ ଇଛା ଜିଇଁ ବାକୁ ଜୀବନ ପୁଣି ବନ୍ଧୁ ମେଳରେ

କିଏ ଜାଣେ କାଲି କ'ଣ ହେବ ସମୟର କେଉଁ ମୋଡ଼ରେ ।

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract