STORYMIRROR

Amit Bal

Tragedy Inspirational

3  

Amit Bal

Tragedy Inspirational

(୧୨)*ବାପା *

(୧୨)*ବାପା *

1 min
208

ବାପା, ଯିଏ ଆସି ଛିଡା ହେଲେ

          ମୋ ଜୀବନର ମୁକୁଳା ବିସ୍ତୀର୍ଣ୍ଣ ପ୍ରାନ୍ତରେ

ଯେତେବେଳେ ଦୁନିଆରେ ଚାଲିବା ତ ଦୂରର କଥା

     ଦେଖି ବି ନଥିଲି ମୁଁ ଦୁନିଆକୁ ମୋ ନିଜ ଆଖିରେ ....


ଜ୍ୟୋତ୍ସ୍ନାର ଚାଦର ତଳେ ରାତି ଶୋଇଥିଲା

   ବିଛଣାକୁ ଓଦା କରି କେତେ କେତେ ରାତି

          ମୁଁ ଶୋଉଥିଲି ନିର୍ଭୟେ ତାଙ୍କ ବିଛଣାରେ ,

ରାତି କାଟୁଥିଲେ ସେ ମାଆ ସାଥେ ବସି

   କେବେ ଶୋଉଥିଲେ ଗୋଟେ କଡ଼ ମାଡି

         ଉଠି ନ ପଡେ ମୁଁ କାଳେ ଶୀତର ଛୁଆଁରେ ....


ସମୟ କ୍ରମେ ଧିରେ ଧିରେ ଅସ୍ତ ତାରାଙ୍କ ଗହଣରେ

    ଅଳସ ଭାଙ୍ଗୁଥିଲା ତାଙ୍କ ଦରଗଢା ସ୍ୱପ୍ନ ,

ଏଥର ମୋ ଲାଗି ସ୍ୱପ୍ନ କିଣୁଥିଲା ଇନ୍ଦ୍ରଧନୁର ଅଭିଳାଷ ନେଇ

       ଭାବର ବିପଣିରେ ତାଙ୍କ ସେଇ ମନ ....


ବାପା ସବୁଦିନେ ଫାଟି ପଡୁଥିବା

      ଜୀବନ ମାଟିର ଆଁ ଉପରେ,

           ସମ୍ଭାବନାମୟ ଆଶାର ଆଲୋକ,

ବୟସର ବଢନ୍ତା ପ୍ରଖର ନଈରେ

      ସତେ ଅବା ଗୋଟିଏ ହୁଲିଡଙ୍ଗାର

                ଶୀହରିତ ଅଜସ୍ର ପୁଲକ .....


ବାପାଙ୍କ ଅଭୟ ଛତ୍ର ଛାୟା ତଳେ

    ନିଦ୍ବନ୍ଦ ନିବିଷ୍ଟ ଚିତ୍ତରେ ପରମଶାନ୍ତିରେ ବିତେ

          ଅନିଅଣ୍ଟିଆ ତେଲଲୁଣର ସୁଖି ସଂସାର ,

ବାପା ହିଁ ତ ଜୀବନେ

    ସବୁତକ ସ୍ବପ୍ନ ସ୍ମୃତି ହସ ଲୁହ ଭଲ ମନ୍ଦ ସାଥେ

      ମା'ର ଚୁଡ଼ି ଶଙ୍ଖା ଶାଢ଼ୀ ବିନ୍ଦି ସୁହାଗ ସିନ୍ଦୂର ....

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy