STORYMIRROR

Akshayakumar Dash

Action Inspirational Others

4  

Akshayakumar Dash

Action Inspirational Others

ଯୋଗୀ

ଯୋଗୀ

2 mins
262


ଗୋଟାଏ ଅଣଓସାରି ପଟାକୁ ଚାରିଟି ଲୁଗା ଧଡ଼ିରେ ବାନ୍ଧି ଓଲେଇ ଦିଆଯାଇଥାଏ। ସାଇବାବା ରାତ୍ରି ରେ ଏହି ପଟା ଉପରେ ଶୋଇଥାଆନ୍ତି। ଚାରି କଣରେ ଚାରିଟି ଦୀପ ପଟା ଉପରେ ଥାଏ। ତାହାରି ମଝିରେ ବାବାଙ୍କ ଯୋଗ ନିଦ୍ରା। ଥରେ ଜଣେ ଶ୍ରଦ୍ଧାଳୁ ଭକ୍ତ ବାବାଙ୍କୁ ପଚାରିଲେ, ଏହି ଅଣଓସା ରିଆ ପଟା ଉପରେ ଆପଣ କିମିତି ସୋଇଛନ୍ତି, ଗୋଟାଏ ବଡ ପଟା ଝୁଲା କରି ଆଣିଦେବି। ବାବା କହିଲେ,ଆମ କାମ ଆମେ ପାଖରେ ଥାଉ, ତୁମେ ତୁମ କାମ କର। ମତେ ଏହି ପଟାରେ ଶୋଇବାକୁ ହେବ। ବାବା ସୋଇଲେବି ଚେଇଁ ରହିଲା ପରି ଆଖି ମେଲା ରଖିଥାଆନ୍ତି। 

ଅନବରତ ଦ୍ବାରିକାମାଇରେ ଅଖଣ୍ଡ ଧୋନି ଜଳୁଥାଏ। ଏହି ଧୋନି ପାଇଁ ବାବା ନିଜେ ଶୁଖିଲା କାଠ ଜଙ୍ଗଲରୁ ଆଣି ରଖନ୍ତି। ବାବା ଧୋନି ଉପରେ ଶୁଖିଲା କାଠ ପକେଇ ପ୍ରଜଲନ କରନ୍ତି। ଥରେ ଥରେ ଅଗ୍ନି ପ୍ରବଳ ବେଗରେ ଜଳିଲେ ବାବା ନିକ ହାତରେ ଶାନ୍ତ କରାନ୍ତି। ଥରେ ଏହି ଅଗ୍ନି କୁଣ୍ଡ ଭିତରକୁ ହାତ ପୁରେଇ ନିଜର ହାତକୁ ପୋଡ଼ିଦେବାର୍ ଦୃଷ୍ଟାନ୍ତ ଅଛି। ଏହାର କାରଣ ଭକ୍ତ ମାନେ ପଚାରିବାରୁ ବାବା କହିଲେ, ଜଣେ ସମ୍ଭାରର ପତ୍ନୀ ତାଙ୍କର ଚୁଲା ପାଖରେ ବସି କାମ କରୁଥିଲେ, ତାଙ୍କର ଶିଶୁ ପୁତ୍ର କୋଡରେ ଥିଲା। ହଠାତ ସ୍ଵାମୀଙ୍କ ଡାକରେ ପୁଅକୁ ସେଠାରେ ଛାଡ଼ିଦେଇ ସ୍ଵାମୀଙ୍କ କଥା ଶୁଣିବାକୁ ଗଲେ। ଶିଶୁଟି ନିଆଁରେ ପଡ଼ିଗଲା। ମୁଁ ନିଆରେ ହାତ ପୁରାଇ ତାକୁ ଉଠାଇ ଆଣିଲେ। ମୋର ହାତ ପୋଡ଼ିବା କିଛି ନୁହେଁ ଶିଶୁଟିତ ବଞ୍ଚିଗଲା। ଭକ୍ତ ମାନେ କୌତୁହଳ ଓ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲେ। ମନେ ମନେ ଭାବୁଥିଲି, ଇଶ୍ଵର ନିଜେ ବାବା, ସେ ସମସ୍ତଙ୍କ ପ୍ରତି ଦୃଷ୍ଟି ରଖିଛନ୍ତି। ପ୍ରକୃତରେ ବାବା କେତେବେଳେ କେଁଉ ରୂପରେ ଭକ୍ତ କିମ୍ବା ବିପଦଗ୍ରସ୍ତ ବ୍ୟକ୍ତିଙ୍କ ଲୋକଙ୍କୁ ବହୁ ଦୂରରେ ଥାଇ ମଧ୍ୟ ଉଦ୍ଧାର କରନ୍ତି, ଏହାର ଦୃଷ୍ଟାନ୍ତ ଅଗଣିତ। ବାବା ସଦା ପ୍ରସନ୍ନ ରୁହନ୍ତି। ବେଳେ ବେଳେ କିଛି କାରଣ ନଥାଇ ବିରକ୍ତ ଓ କ୍ରୋଧ ପ୍ରକାଶ କରନ୍ତି। କିଛି କ୍ଷଣ ପରେ ଶାନ୍ତ ହୋଇ ସମସ୍ତ ଭକ୍ତଙ୍କ ମେଳରେ ଭଜନ କି କୀର୍ତ୍ତନ କରନ୍ତି। ବାବା ଧିର ସ୍ଥିର ଓମନ ଯୋଗିତା ସହ ନିଜ କାମ କରନ୍ତି। ବାବା ଶିରିଡ଼ି ଛାଡି ପ୍ରାୟତ ବାହାରକୁ ଯାଆନ୍ତି ନାହିଁ। କିନ୍ତୁ ଭକ୍ତ ମାନେ କୁହନ୍ତି , ସିରିଡିରେ ରହି ମଧ୍ୟ ବାବା ବହୁଦୁରର ଭକ୍ତଙ୍କ ଗୃହକୁ ଯାଇ ଦର୍ଶନ ଦେଇଥାନ୍ତି। ଏହାର ଉଉଦ୍ଧ।ରଣ ଏବେବି ସତ୍ୟ। ମହା ସମାଧି ପରେ ବି ବାବା ଜୀବିତ ଓ କାର୍ଯ୍ୟରତ। ଯାହା ବାବା ମହା ସମାଧି ପୂର୍ବରୁ କହିଥିଲେ, ମୋର ଶରୀର ନଥିଲେବି ମତେ ହ୍ରୁଦୟ ସହ ଡାକିଲେ ମୁଁ ନିଶ୍ଚୟ ତୁମ ପାଖର ପହଞ୍ଚିବି , ଏହା ବାବାଙ୍କର ସତ୍ୟ ବଚନ ଏବେବି ବାବା ବିପଦ ବେଳେ ତାଙ୍କୁ ଡାକିଲେ ସେ ନିଜ ରୁପରେ ପହଞ୍ଚି ଅଭୟ ପ୍ରଦାନ କରୁଛନ୍ତି। ବିପଦ ବେଳେ ଆର୍ତ୍ତ ଏହି ଅଧମକୁ ବାବାଙ୍କ ସ୍ଵଶରୀର ଦର୍ଶନ ଲାଭ କରିବାର ସୁଯୋଗ ପାଇଛି ତାହା ଅବର୍ଣ୍ଣନିୟ। ପ୍ରତିଶୃତି ବବାଙ୍କର କେବେ ବୃଥା ନୁହେଁ। ଦ୍ବାରିକାମଇ ରେ ବାବା ନିଜର ଦିନ ଚର୍ଯ୍ୟ ଓ ଭକ୍ତ ମାନଙ୍କ ଶ୍ରେଷ୍ଠ ଓ ଶ୍ରେୟ ସାଧନା ଦିଗରେ ଯିବାପାଇଁ କେବେ ବିଶିଷ୍ଟ ପଦ୍ଧତି କିମ୍ବା ସାଧନାର ମାର୍ଗ ଦର୍ଶନ ଦିଅନ୍ତି ନାହିଁ। କେବଳ ଶ୍ରଦ୍ଧା ସବୁରି ଓ ଆଲ୍ଲା ମାଲିକ ଏହି ଦୁଇପଦ କଥାରେ ଭକ୍ତଙ୍କ ଜୀବନ ପରିବର୍ତ୍ତନ ଦିଗରେ ପ୍ରେରଣା ଦିଅନ୍ତି। ଶ୍ରଦ୍ଧା ସମସ୍ତଙ୍କ ପ୍ରତି ରଖିବା ବାବାଙ୍କର ଜୀବନର କର୍ମ ଥିଲା। ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ବିପଦରେ ପଡି ବାବାଙ୍କ ପଖୁ ଦ୍ୱାରିକାମାଇ ରେ ପାଦ ଦେଲେ ତାହାର ଯେତେବଡ ଦୁଃଖ ଥାଏ ଅଚିରେ ଲାଘବ ହୁଏ । ଚିକିତ୍ସାକରି ଆରୋଗ୍ୟ ନ ହେଉଥିବା ରୋଗକୁ ବାବା ଛୁଇଁ ଦେଇ ଭଲ କରିଛନ୍ତି। ସନ୍ତାନ ଲାଭ, ମୃତୁ ମୁଖରୁ ବଞ୍ଚେଇଛନ୍ତି l


Rate this content
Log in

Similar oriya story from Action