ମୋ ଗାଁ
ମୋ ଗାଁ
ମୋ ଗାଁ ରେ ବାଟି ବାଟି ଧାନଚାଷ, ମୁଗ ହରଡ଼ କୋଳଥ,ବିରି ସୋରିଷ ,ଧନିଆ, ବାଦାମ ଅମଳ ହୁଏ। ଆଳୁ, ପିଆଜ, ରସୁଣ,ବାଇଗଣ, କଲରା, ଭେଣ୍ଡି ପୋଟଳ, ବିଲାତି, ଯାବତୀୟ ଶାଗ ପ୍ରଚୁର ହୁଏ।ବାଡିଘରେ ଲଙ୍କା ,ସାରୁ, ମାଟିଆଲୁ, ହଳଦୀ, ପୋଦିନା ଯଥେଷ୍ଟ ପାଉ। କଣ ହୁଏ ଏତେ ଅମଳ କରି, କଣ ସବୁ ଖାଇଦେଉ। ନା ,ବିକି ଦେଉ, ଅଳ୍ପ ଦାମରେ, ବେପାରୀ ଦାମରେ ଧରିନିଅ ଟଙ୍କାକରେ ବିକିଲେ ବେପାରୀ ଦଶଟଙ୍କା ପାଏ।ଚାଲାଣ କରେ ସହରକୁ । ଦିନରାତି ଖଟି ଖଟି ଶାଗ ମୁଗରେ ବିକେ ।ଆପଣ ଜାଣିଛନ୍ତି ଜଣେ ଚାଷୀର ଜୀବନ ଧାରା। ନା , ଜାଣିବା କଣ ଦରକାର ଜଣେ ମଳିମୁଣ୍ଡିଆ ଜୀବ ର ଜୀବନ।ଇତିହାସ ତେଲିଆ ମୁଣ୍ଡରେ ତେଲ ମାଖୀ ଆସୁଛି। ଆମ ପରି ଲୋକଙ୍କୁ ମୁହଁ ବୁଲେଇ ଆଣି ବାହା ବାହା ନେବାକୁ ଜୟ କିଷାନ କୁହେ ମିଛ କହୁନାହିଁ। କରୋନା ଉପରେ ଆମର ଗବେଷଣା ନାହିଁ। ଆମ ଚାଷ ଭଲତ ଆମେ ଭଲ। ଆମେ ଖଟି ମାଟି ମା ଠାରୁ ଯାହା ପାଉ ତାହା ର ପ୍ରମାଣ ଏବେ ଦେଖୁଛନ୍ତି ନା। ପନିପରିବା ର ଅଭାବ ଅଛିକି, ମାସମାସ ଧରି ବନ୍ଦ ରହିଲେ ଆମେ ଯୋଗାଇଦେବୁ। ଦୁଖଃ ଲାଗେ ଯେତିକି ଖଟୁଛୁ ପରିଶ୍ରମ ଅନୁସାରେ ଫାଇଦା ନାହିଁ। ଭୋର ଉଠି ଗାଇବଲଦ ସେବା କରି ପାଞ୍ଚ ଟାରେ ହଲ ନେଇ ବିଲକୁ ଯାଉ ବାରଟା ରେ ସାତଘଣ୍ଟା ବିନା ବିରତି ରେ ଖଟି ଫେରୁ ପୁଣି ଉପରବେଳା ବିଲକୁ ଯାଉ। ବାଡ଼ିରେ ପନିପରିବା ଲଗାଉ । ଆଖୁରେ ରାତିସାରା ବି ପାଣି ମଡାଉ।କାମ ପଡିଲେ ରାତି ଦିନ ସମାନ ।ଏତେ ପରିଶ୍ରମ କରି ମାସକୁ ଦସହଜାର ରୋଜକାର କରିବା କଠିନ । ବିଲାତି ବିଲରେ ଖତ ହୁଏ।ଭେଣ୍ଡି ବସ୍ତା ପଚାସ ଟଙ୍କାରେ ପୁଣି ବାଛିକିରି ବେପାରୀ ଧରନ୍ତି। ବିକିବାକୁ ବଜାର ଆସିବୁନା ବିଲରେ ଖଟିବୁ।ସବୁଠାରୁ ନିଲଠା ଆମର ଜୀବନ। ଆମ ପିଲାମାନେ ଆମ ଦୁଖଃ ଦେଖି ଚାଷନକରି ପ୍ରବାସୀ ହେଲେ।ସେଠି ଦଶ କୋଡିଏ ହଜାର ପାଇଲେ। କରୋନା ଆତଙ୍କ ରେ ଫେରିଆସିଲେ। ତାଙ୍କ ପାଇଁ କାମ ଏଠି ନାହିଁ ଯଦି ଅଛି ଲାଭ ନାହିଁ ।ଶେଷରେ ଆମ ସାଙ୍ଗରେ ମାଟିରେ ଖଟିବେ। ଅସହାୟ ଅବସ୍ଥାରେ ଅଛୁକି ନାହିଁ ବିଚାର କରିବେ । ଯଦି ଖାଦ୍ୟ ଦ୍ରବ୍ୟ ଅଭାବ ହେବ ତେବେ ? ଆମେ ଯେତିକି ଖଟୁଚୁ ପନିପରିବା ଯୋଗଉଛୁ ମାସକୁ କୋଡିଏ ତିରିଶ ହଜାର ପାଇବା କଥା, ସମସ୍ତେ କାନ୍ଦୁଛନ୍ତି କିନ୍ତୁ ଲୁହ ନାହିଁ ।କୃଷି ଆମର ପରମ୍ପରା। ଆମ ରକ୍ତ ରେ ଜଡିତ। ଆମେ ଖଟୁଛୁ ବୋଲି କିସହର ସମସ୍ତେ ପାଆନ୍ତି ଆହାର । ଆମେ କୃଷକ ମାନେ ଅସହାୟ। ସରକାର ଚାହିଁଲେ ହେବ କିନ୍ତୁ କାହିଁ? ମୋତେ ମୋର ଅସୁବିଧାକୁ କିଏ ଦେଖୁନାହାନ୍ତି ଉପରେ ଯାହା ହୁଏ ପ୍ରଚାର କାମରେ କାହିଁ ?ଭଲା ରାଜ୍ୟ ବାସୀ ଶୁଣନ୍ତେ? ଆମ ଗାଁରେ ତନ୍ତ କାମ କରୁଥିବା ଭାଇମାନେ ଛାଡ଼ିଦେଲେଣି। ହରିଜନ ଭାଇମାନେ ବାଜା ବଜେଇ ଶିଖି ଦୁଇପଇସା ପାଉଥିଲେ , ସେ ଡ୍ରମ ଓ ବେଗୁଲ ପାଟି ନାହିଁ। କୈବ୍ରତ ମାନଙ୍କ ଡ଼ଙ୍ଗା କି ଜାଲ ନାହିଁ। କଂସାରିକ କଂ ଭାଟି ନାହିଁ । ବଣିଆ ଘର ତାରକସି କାମନାହିଁ । କୁମ୍ଭାର ଘଡି ନାହିଁ। ପିଲାବେଳେ ଦେଖିଥିଲି। ଏବେ ଏସବୁ ନାହିଁ। କାରଯାଇଛି କିଏ ବୁଝିବ? ସମସ୍ତଙ୍କୁ ନେଇ ଚାଲୁଛେ କୁଆଡେ? ଚାଷୀକୁଳ କୁ ଅଣଦେଖା କରି ରାଜ୍ୟ ଭୂଲ ବାଟରେ ଯାଉଛିନା ନାହିଁ ବିଚାରକୁ ନେବେ। ଶୀତଳ ଭଣ୍ଡାର ନାହିଁ। ଚାଷୀଙ୍କ ଅମଳ କୁ ଉଚିତ ମୂଲ୍ୟରେ କିଣିବା ସୋସାଇଟି ନାହିଁ । ଦକ୍ଷତା ବୃଦ୍ଧି କରିବା ପ୍ରୋଚାହଁନ ନାହିଁ। ଆଧୁନିକ ଯନ୍ତ୍ର ପାତି ନାହିଁ। ଗୋପାଳନ, ମାଛ ଚାଷ ଫଳ ଚାଷ। କାହିଁ? ପଚାଶ ବର୍ଷ ତଳେ ପ୍ରତି ଗାଁ ରେ ବଡ ବଡ ତୋଟା ଥିଲା କାହିଁ? ଆମେ କହୁଛେ ଭାଷଣ ପଂଚାୟତରାଜ ସବୁ ଜମିକୁ ଜଳ ଅଛିନା? ଟିକେ ନଜର ଦେବେ ଠିକ ନା? ଜୟ କିଷାନ କହିଲେ ପେଟ ଭରିବତ?
