Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -176
ଜହ୍ନମାମୁଁ -176
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2 Minutes   7.2K    22


Content Ranking

ମାଗଣା ଟଙ୍କା -୧

ସୁଖପାଳ ଗାଁର ପ୍ରଭାକରର ନିଜର ବୋଲି କେହିବି ନଥାନ୍ତି । ଘର ଛଣ୍ଡିକ ଛଡା ତା’ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା । ତେବେ ଲୋକେ ତାକୁ ଖୁବ୍ ଭଲ ପାଊଥାନ୍ତି । କାରଣ, ସେ ସାଧୁ ଓ ପରୋପକାରୀ ।

ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ । ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢିଥିଲା । ତା’ପରେ ନିଜେ ଅଭ୍ୟାସ କରି ଲେଖିପଢି ସେ ଶିଖିଥିଲା । ତେଣୁ ମଧ୍ୟେ ମଧ୍ୟେ ସେ ଗାଁର କେହି କେହି ଲୋକଙ୍କର ଚିଠିପତ୍ର ପଢିଦେଇ, ଲେଖିଦେଇ, ଦୁଇ ପଇସା ପାଏ । ଅନ୍ୟବେଳେ ଗାଁ ଦୋକାନୀ ପାଇଁ ସେ ସହରକୁ ଯାଇ ଜିନିଷପତ୍ର ଖରିଦ୍ କରି ଆଣେ । ଏକୁଟିଆ ଲୋକ ବୋଲି ସେ ଚଳିଯାଏ । ତାକୁ ଭଲ ବଂଶୀ ବଜାଇ ଆସୁଥାଏ । ପାଖ ଗାଁ ଯାତ୍ରାଦଳ କୁଆଡେ ଅଭିନୟ କରିବାକୁ ଗଲେ ସେମାନେ ତାକୁ ସେମାନଙ୍କ ସାଙ୍ଗରେ ନେଇଯାନ୍ତି । ସେ ବଂଶୀ ବଜାଇ ଦଳଠୁଁ କିଛି ପଇସା ପାଏ ।

ଗାଁର ନାରଣ ଦାସଙ୍କ ଝିଅ ଗୀତାକୁ ବାହାହେବା ନିମନ୍ତେ ପ୍ରଭାକର ଇଚ୍ଛା କରୁଥାଏ । କିନ୍ତୁ ଯାହାର କିଛି ନାହିଁ, ତାକୁ ଝିଅ ଦେବାକୁ କିଏ ବା ମନ ବଳାଇବ? ତେଣୁ ପ୍ରଭାକର ପ୍ରସ୍ତାବ ପକାଉ ନଥାଏ ।

ସେତିକିବେଳେ ଗୋଟିଏ ସୁସମ୍ବାଦ ପହଁଚିଲା । ସୁଖପାଳ ଗାଁଠୁ ଦଶକ୍ରୋଶ ଦୂରବର୍ତ୍ତୀ ଶ୍ରୀରାମପୁର ଗାଁରେ ପ୍ରଭାକରର ଜଣେ ଦୂର ସମ୍ପର୍କିୟ ମାମୁଁ ଥିଲେ । ଥରେ ସେ ବେମାର ପଡିଥିଲା ବେଳେ ପ୍ରଭାକର ତାଙ୍କ ପାଖରେ ରହି ତାଙ୍କର ସେବା ଶୁଶ୍ରୁଷା କରି ତାଙ୍କୁ ବଂଚାଇଥିଲା କହିଲେ ଚଳେ । ଭଦ୍ରଲୋକ ମରିବା ଆଗରୁ ଶ୍ରୀରାମପୁରର ଜମିଦାରଙ୍କ ପାଖରେ ପ୍ରଭାକର ନିମନ୍ତେ ପଚିଶ ହଜାର ଟଙ୍କା ରଖିଯାଇଥାନ୍ତି ।

ଏହି ଖବର ଶୁଣି ଗାଁ ଲୋକେ ପ୍ରଭାକରକୁ ଅନେକ ଅଭିନନ୍ଦନ ଜଣାଇଲେ । ପ୍ରଭାକର ଟଙ୍କା ଆଣିବା ପାଇଁ ଶ୍ରୀରାମପୁର ଗଲା । ତାକୁ ତା’ ଟଙ୍କା ଦେଇ ଜମିଦାର କହିଲେ, “ପ୍ରଭାକର, ତମ ଗାଁର ମାଗୁଣି ମହାନ୍ତିଙ୍କୁ କହିଦେବ, ତାଙ୍କ ଝିଅ ଆମ ମନକୁ ପାଇଛି । ସେ ଜ୍ୟୋତିଷ ସହ ପରାମର୍ଶ କରି ବାହାଘର ତାରିଖ ଠିକ୍ କରି ଆମକୁ ଖବର ଦେବେ ।”

“ହଉ ଆଜ୍ଞା,” ଏହା କହି ପ୍ରଭାକର ଟଙ୍କା ଧରି ସିଧା ସହରକୁ ଗଲା । ସେଠାରୁ ଦିନକ ପରେ ଗାଁକୁ ଲେଉଟି ଆସି ମାଗୁଣି ମହାନ୍ତିଙ୍କୁ ସେ ଭେଟିଲା । ମାଗୁଣି ମହାନ୍ତି ପଚାରିଲେ, “କିହୋ, ମୁହଁ କାହିଁକି ଶୁଖାଇଛ?”

ପ୍ରଭାକର କହିଲା “ବାବୁ, ସେକଥା ଆଉ ପଚାରନ୍ତୁ ନାହିଁ । ତେବେ ଆପଣଙ୍କ ନିମନ୍ତେ ସୁଖବର ଆଣିଛି । ଆପଣଙ୍କ ଝିଅ ଶ୍ରୀରାମପୁର ଜମିଦାରଙ୍କର ଭାରି ପସନ୍ଦ ହୋଇଛି । ସେ ବାହାଘର ତାରିଖ ଠିକ୍ କରିବାକୁ କହିଛନ୍ତି ।”

ମାଗୁଣି ମହାନ୍ତି ପଚାରିଲେ “ବାଃ, ତମେ ତ ସତରେ ସୁଖବର ଆଣିଛ । କିନ୍ତୁ ତମେ କାହିଁକି ମନ ଖରାପ କଲ? ତମେ ହଠାତ୍ ଟଙ୍କା ପାଇଛ । ତମେ ତ ବହୁତ ଖୁସି ଦେଖାଯିବା କଥା ।”

ପ୍ରଭାକର କହିଲା “ଟଙ୍କା ପାଇଥିଲି । କିନ୍ତୁ ଗୋଟାଏ ବି ହାତରେ ନାହିଁ । କ’ଣ ହେଲା, ସେକଥା ଦୟାକରି ପଚାରନ୍ତୁ ନାହିଁ ।”

ମାଗୁଣି ମହାନ୍ତି ପଚାରିଲେ “ହାୟ, ହାୟ! ଟଙ୍କାତକ ହରାଇ ଦେଲ? ମୁଁ କିଛି ସାହାଯ୍ୟ କରିପାରେ?”

“ଯଦି ସାହାଯ୍ୟ କରିବେ, ତେବେ କିଛି ଟଙ୍କା କରଜ ଦିଅନ୍ତୁ । ମୁଁ ଖଣ୍ଡିଏ ଜମି କିଣି ଚାଷ କରିବି । ବର୍ଷକ ପରେ ଆପଣଙ୍କ ଟଙ୍କା ମୁଁ ପରିଶୋଧ କରିଦେବି ।”

ମାଗୁଣି ମହାନ୍ତି ପ୍ରଶ୍ନକଲେ “ଫସଲ ଭଲ ହେଲେ ସିନା ମୋ ଟଙ୍କା ପରିଶୋଧ କରିବ! ଆଉ ଯଦି ଫସଲ ନ ହୁଏ?”

ପ୍ରଭାକର ଉତ୍ତର ଦେଲା “ଆପଣ ତ ଜାଣନ୍ତି, ମୋର ଖଣ୍ଡିଏ ଘର ଅଛି । ଯଦି ଫସଲରୁ ମୁଁ ଯଥେଷ୍ଟ ଆୟ ନ କରି ପାରିବି, ତେବେ ମୁଁ ମୋ ଘର ଖଣ୍ଡିକ ବିକି ଦେଇ ଋଣ ପରିଶୋଧ କରିବି ।”

“ବାପା ପ୍ରଭାକର! ମୋ ମୁଣ୍ଡ ଉପରେ ଝିଅ ବାହାଘର । ମୁଁ ତ ଆଉ ତମକୁ ବେଶି ଟଙ୍କା ଦେଇପାରିବି ନାହିଁ । ତମେ କିପରି ଜମି କିଣିବ?”

ସୁଖପାଳ ପ୍ରଭାକର ବଂଶୀ

Rate the content


Originality
Flow
Language
Cover design

Comments

Post

Some text some message..