STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

କାନ୍ଥ

କାନ୍ଥ

1 min
194


କେତେବେଳେ କେମିତି ମାନେପଡିଲେ ଛାତ ଉପରକୁ ଯାଇ ଆକାଶକୁ ଅନାଏ ନୀଳମଣି। ବେଶ ସୁନ୍ଦର ଦିଶୁଛି ଆକାଶ।ନୀଳ ଢେଉପରି ସାଗର ମଝିରେ ଲକ୍ଷ୍ମୀଙ୍କ ପରି ଉଜଳ ଦିଶୁଛି ଜହ୍ନ ।ଆକାଶରେ ଜହ୍ନ ଉଇଁଲେ ଭାରି ମାନେ । ଆକାଶ ଖୁସିରେ ଫୁଲିଉଠେ ।ଯେମିତି ନିଜ ଆପଣାର ଲୋକଟି ଭେଟ ହେଲେ ।ତାରା ମାନେ କଣେଇ କଣେଇ ଦେଖି ଇର୍ଷା କରନ୍ତି ।କାହିଁକିନା ତାଙ୍କ ଦେହକୁ ଯାଏନି ,ନଧଡକ ଆକାଶ ।ପବିତ୍ର ମନ ହୃଦୟ ନେଇ  

ନିର୍ଲିପ୍ତ ଯେମିତି ତପସ୍ୟା ରତ ମହାଦେବ ।କାହିଁ କେଉଁଠି ପାଚେରୀ ନାହିଁ। ଲାଗୁଚି ଜହ୍ନ ଠାରୁବି ପବିତ୍ର ଆକାଶ । 

              ଆକାଶ ଜହ୍ନ ତାରା ଉପରେ ମନ ଟା ବାନ୍ଧି ହୋଇଯାଇଛି ନିଳମଣିର। ବାଡ଼ କାନ୍ଥ ପକେଇ ଯେତେ ଅଲଗା ରହିଲେବି ସୁନ୍ଦର ଲାଗାଇ ସୀମାହୀନ ସମୁଦ୍ର ପରି ଆକାଶ।ପେଣ୍ଡୁ ପରି କହୁଥିବା ଆମ ପୃଥିବୀ ମାଆ । ଆଉ ସବୁଠି ଆଲୋକ ଦେଉଥିବ ଦିନବନ୍ଧୁ ।ମନକୁ ସଂକୀର୍ନ୍ତତା ର କାନ୍ଥ ଡେଇଁ ବିଶାଳ ରେ ଭାବ ରଖିବାକୁ ଯେମିତି ସମସ୍ତେ ଚାହାନ୍ତି।ଆମେ ସମସ୍ତେ କିନ୍ତୁ ଚାରି କାନ୍ଥ ଭିତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action