Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଘରଚଟିଆର ପ୍ରତିଶୋଧ
ଘରଚଟିଆର ପ୍ରତିଶୋଧ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Classics

5 Minutes   5.2K    10


Content Ranking

ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)


କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଗାଁରେ ଘରଚଟିଆଟିଏ ରହୁଥାଏ l ତା’ର ଜନ୍ମର ଦୁଇ ବର୍ଷ ଭିତରେ ବର୍ଷା ହୋଇ ନଥିଲା l ତେଣୁ ବର୍ଷା କେବେ ସେ ଦେଖି ନ ଥିଲା l ସେ କେବଳ ଲୋକଙ୍କଠାରୁ ଶୁଣିବାକୁ ପାଉଥିଲା ଯେ, ବର୍ଷା ହେଉ ନାହିଁ l କିନ୍ତୁ ଏଇ ବର୍ଷାର ପ୍ରକୃତ ଅର୍ଥ କଅଣ ସେ ବୁଝି ପାରୁ ନଥିଲା l ଧୀରେ ଧୀରେ ନଈ ନାଳ ପୋଖରୀ ଶୁଖିବାକୁ ଲାଗିଲା l ଲୋକମାନେ ବଞ୍ଚିରହିବା କଷ୍ଟକର ହୋଇ ପଡିଲା l କିନ୍ତୁ ସେମାନେ ଯେ କୌଣସି ପ୍ରକାରେ ନଈ ନାଳରେ ଥିବା ଅଳ୍ପ ପାଣିକୁ ବ୍ୟବହାର କରି ବଞ୍ଚି ରହିଲେ l

କିନ୍ତୁ ସେମାନେ କେତେ ଦିନ ପର୍ଯ୍ୟନ୍ତ ଏହି ଅନାବୃଷ୍ଟିରୁ ବଞ୍ଚି ରହିବେ ? ଇନ୍ଦ୍ରଦେବତା ଖୁସି ହେଲେ, ସେ ବର୍ଷା କରାଇବେ l ତେଣୁ ଗାଁ ଲୋକେ ଇନ୍ଦ୍ରଦେବତାଙ୍କୁ ଖୁସି କରିବା ପାଇଁ ପୂଜା କଲେ l ସେଥିପାଇଁ ସେ ମଣିଷର ଗୋଟିଏ ପ୍ରତିମୂର୍ତ୍ତି ତିଆରି କଲେ l ତାକୁ ସେମାନେ ଗୋଟିଏ ଦଉଡିରେ ବାନ୍ଧି ଟାଣି ଟାଣି ରାସ୍ତାକୁ ନେଇ ଆସିଲେ l ସ୍ତ୍ରୀଲୋକମାନେ ସେମାନଙ୍କ ସହିତ ଏକତ୍ର ହୋଇ ଯାଉଥାନ୍ତି ଏବଂ ବଡ ପାଟିରେ ଛାତିକୁ ବାଡେଇ କାନ୍ଦୁଥାନ୍ତି l ସେମାନେ ଯେତେବେଳେ ନଈକୂଳରେ ପହଞ୍ଚିଗଲେ, ପ୍ରତିମୂର୍ତ୍ତିକୁ ପୋଡିଦେଲେ l ତାପରେ ଗାଁର ଯୁବତୀମାନେ ଛୋଟ ଛୋଟ ବସ୍ତ୍ର ପିନ୍ଧି ନିଆଁହୁଳା ଧରି ଗାଁ ସାରା ବୁଲିଲେ l

ସେଥିରେ ଇନ୍ଦ୍ରଦେବତା ଭାରି ଖୁସି l ଫଳରେ ସାଙ୍ଗେ ସାଙ୍ଗେ ପ୍ରବଳ ଧାରାରେ ବର୍ଷା ହେବାକୁ ଲାଗିଲା l ବର୍ଷା ପ୍ରାୟ କେତେ ସପ୍ତାହ ଧରି ଲାଗି ରହିଲା l ଟିକିଏ ହେଲେ ଛାଡିଲା ନାହିଁ l

ବର୍ଷା ଆରମ୍ଭ ହେଲା l କିଛି ଟୋପା ବର୍ଷା ଘରଚଟିଆର ମୁଣ୍ଡ ଉପରେ ପଡିଲା l ତା’ ପାଇଁ ଏହା ଗୋଟିଏ ଅଦ୍ଭୁତ ଅନୁଭୂତି l ପ୍ରଥମେ ସେ ଭାବିଲା – ପୃଥିବୀ ବୋଧହୁଏ ଓଲଟି ପଡିଛି l ଫଳରେ ନଈପାଣି ତା’ର ମୁଣ୍ଡରେ ପଡୁଛି l କିନ୍ତୁ ଯେତେବେଳେ ସେ ଗାଁଲୋକଙ୍କର ଖୁସିରା ଚିତ୍କାର ଶୁଣିଲା – ବର୍ଷା ହେଲା, ବର୍ଷା ହେଲା, ଇନ୍ଦ୍ରଦେବ ଖୁସି ହୋଇ ବର୍ଷା କରାଇଲେ, ଘରଚଟିଆ ସେମାନଙ୍କର କଥାକୁ ବୁଝିଲା ଯେ ଆନନ୍ଦ ମନରେ ଇନ୍ଦ୍ର ବର୍ଷା କରାଉଛନ୍ତି l ସେ ବର୍ଷା ଟୋପାକୁ ଚାହିଁ ରହିଲା l

ଗାଁ ବାଲା ବାହାରେ ରହି ବର୍ଷାକୁ ଉପଭୋଗ କରୁଥିଲେ ଏବଂ ଓଦା ହେଉଥିଲେ l ବର୍ଷା ବଦଳିଗଲା l ଭୟଙ୍କର ଭାବରେ ପ୍ରବଳ ଜୋରରେ ବର୍ଷା କାଚିଲା l ଲୋକମାନେ ଆଉ ବାହାରେ ରହିପାରିଲେ ନାହିଁ l ଘର ଭିତରୁ ଯାଇ କବାଟ ବନ୍ଦ କରିଦେଲେ l

ଏସବୁ ଦୃଶ୍ୟ ଦେଖି ଘରଚଟିଆ ଆଶ୍ଚର୍ଯ୍ୟ l ବୋଧହୁଏ କିଛି ଦୁଃଖଦ ଘଟଣା ଘଟିଲା l ଏହା ସେ ଅନୁଭବ କରିନେଲା l ସେ ତା’ର ଆଶ୍ରୟ l ଗାଁର ସବୁ ଗଛଗୁଡିକରେ ଅନ୍ୟ ପଶୁ ପକ୍ଷୀମାନେ ଆଶ୍ରୟ ନେଇ ସାରିଥିଲେ l ତେଣୁ ଘରଚଟିଆଟି ସହଜରେ ଆଶ୍ରୟ ନେବାକୁ ଜାଗା ପାଇଲା ନାହିଁ l ତାକୁ ଜାଗା ଖୋଜିବାକୁ ବହୁତ ହଇରାଣ ହେବାକୁ ପଡିଲା l ତେଣୁ ସେହି ଗାଁରେ ଥିବା ଗୋଟିଏ କୁଡିଆକୁ ସେ ଉଡିଗଲା l ତା’ର କବାଟକୁ ଥଣ୍ଟରେ ଖୁମ୍ପିବାକୁ ଲାଗିଲା l

“ଏଇ ବର୍ଷା ସମୟରେ କିଏ ଆମ ଦ୍ୱାର ମୁହଁରେ ବାଡଉଛି ?” ଘର ଭିତରୁ ଗୋଟିଏ ବୟସ୍କ ଲୋକର ପାଟି ଶୁଭିଲା l

ଘରଚଟିଆ ଉତ୍ତର ଦେଲା - “ମୁଁ ଗୋଟିଏ ଘରଚଟିଆ l ମୁଁ ବର୍ଷାରେ ଓଦା ହୋଇଯାଉଛି l ଦୟା କରି ମୋତେ ଟିକିଏ ଆଶ୍ରୟ ଦିଅନ୍ତୁ l ”

ବୁଢୀର ଚିତ୍କାର - “ଆଶ୍ରୟ l ମୁଁ କ’ଣ ମୋର ଘରକୁ ତୋ ଭଳିଆ ପକ୍ଷୀମାନଙ୍କ ପାଇଁ ଆଶ୍ରୟସ୍ଥଳ କରିବି ? ତୁ ଏଠାରୁ ଚାଲିଯାଆ l ”

“ମୋତେ ଦୟା କରନ୍ତୁ l ମୁଁ ଖୁବ୍ ଭୟଭୀତ l ଦୟାକରି ମୋତେ ସାହାଯ୍ୟ କରନ୍ତୁ l ମୁଁ ଆପଣଙ୍କ ପାଖକୁ ଖୁବ୍ ଆଶା କରି ଆସିଛି l ମତେ ଦୟା କରନ୍ତୁ l ” ଘରଚଟିଆଟି ଅନୁନୟ ବିନୟ ହୋଇ କହିଲା l

କିନ୍ତୁ ସ୍ତ୍ରୀ ଲୋକଟି କିଛି ଶୁଣିଲା ନାହିଁ l ଏପରିକି ସେ ତା’ର ଦ୍ୱାର ଖୋଲିଲା ନାହିଁ l ଓଲଟି ସେ କହିଲା - “ଯଦି ତୁ ମତେ ଆଉ ଥରେ ଡାକିବୁ, ମୁଁ ତତେ ମାରିଦେବି l ଏଠାରୁ ଶୀଘ୍ର ଚାଲିଯାଆ l ”

ଘରଚଟିଆର ପୁଣି ଅନୁରୋଧ - “ମତେ ତମେ ଟିକିଏ ସ୍ଥାନ ଦିଅ l ସେଇ ମୋର ଯଥେଷ୍ଟ ହେବ l ମୁଁ ତମକୁ କିଛି ଖାଇବାକୁ ମଧ୍ୟ ମାଗିବି ନାହିଁ l ଆଉ ବର୍ଷା ଛାଡିବା ମାତ୍ରେ ମୁଁ ଚାଲିଯିବି l ମୋ ପ୍ରତି ଟିକିଏ ଦୟା କର l ”

କିନ୍ତୁ ବୁଢୀ ଦ୍ୱାର ଖୋଲିଲା ନାହିଁ l ସେ କବାଟକୁ ବନ୍ଦ କରିଥାଏ l ସେ ଗୋଟିଏ କଣା ବାଟ ଦେଇ ବାହାରକୁ ଚାହିଁଲା l ସେ ଦେଖିଲା ଗୋଟିଏ ଛୋଟିଆ ପକ୍ଷୀ ବାହାରେ ଠିଆ ହୋଇଛି ସେ ଗୋଟି ମଗ୍ ଥଣ୍ଡା ପାଣି ନେଲା l କବାଟ ଖୋଲି ତା’ ଉପରକୁ ପାଣି ଫୋପାଡି ଦେଲା l ତାକୁ ସାବଧାନ କରାଇ ଦେଲା - “ଏଠାରୁ ଶୀଘ୍ର ପଳା l ତାକୁ ସାବଧାନ କରାଇ ଦେଲା ହଇରାଣ କରିବୁ, ଏଥର ତ ମୁଁ ଥଣ୍ଡାପାଣି ପକାଇଲି କିନ୍ତୁ ଆର ଗରମ ପାଣି ଫୋପାଡିବି l ”

ଏହା କହି ସେ ସଙ୍ଗେ ସଙ୍ଗେ ଧଡ୍ କରି କବାଟକୁ ବନ୍ଦ କରିଦେଲା l ଘରଚଟିଆ ତା’ର ଏପରି ଦୁର୍ଭାଗ୍ୟରେ କାନ୍ଦୁଥାଏ l କିନ୍ତୁ ସେ ପୁଣି ନିଜ ମନରେ ସାହସ ସଞ୍ଚୟ କଲା l ସେ ମନେ ମନେ ସ୍ଥିର କଲା, “ସେ ମତେ ପାଣି ପକାଇ ଓଦା କରିଦେଲା l ମୁଁ ତାକୁ ହଇରାଣ କରିବି l ” ଏତିକି କହି ସେ ନଈଆଡକୁ ଉଡିଗଲା l ନଈରେ ବଢି l ପାଣି ଧିରେ ଧିରେ ବଢୁଥାଏ l

ସେ ଗୋଟିଏ କୁଟା ଉଠାଇଲା l ତାକୁ ସେ ତାର ଥଣ୍ଟରେ ଚିରି ଟୁକୁରା ଟୁକୁରା କଲା l ତାକୁ ନିଜର ଦେହ ସାରା ଲଗାଇ ଦେଲା l ତାପରେ ସେ ତାର ଥଣ୍ଟରେ ପାଣି ଶୋଷି ନିଜର ପେଟକୁ ଭର୍ତ୍ତି କଲା l କିଛି ସମୟ ପରେ ତାର ପେଟ ଫୁଲି ବଡ ହୋଇଗଲା ଏବଂ ତା’ର ଶରୀର ଅସମ୍ଭବ ଭାବରେ ବଡ ହୋଇଗଲା l ତାପରେ ସେ ଚାଲିଚାଲି ସ୍ତ୍ରୀ ଲୋକଟିର ଦ୍ୱାର ପେଟ ଫୁଲି ବଡ ହୋଇଗଲା l ତାପରେ ସେ ଚାଲି ଚାଲି ସ୍ତ୍ରୀ ଲୋକଟିର ଦ୍ୱାର ମୁହଁକୁ ଆସିଲା l ତା’ର କବାଟ ଠକ୍ ଠକ୍ କଲା l

ସ୍ତ୍ରୀ ଲୋକଟି ଚିତ୍କାର କଲା - “ତୁ ପୁଣି ଆସିଲୁ ? ମୁଁ ତୋ ପାଇଁ ପାଣି ଗରମ କରି

ରଖିଛି l ”

ଗରମ ପାଣି ପକ୍ଷୀ ଉପରକୁ ପକାଇବା ପାଇଁ ସେ ଦ୍ୱାର ଖୋଲିଲା l କିନ୍ତୁ ସେ ଏକ ବଡ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ l ବିସ୍ମିତ l ଭୟଭୀତ l କବାଟ ବନ୍ଦ କରିଦେବାକୁ ସେ ଉଦ୍ୟତ l କିନ୍ତୁ ପକ୍ଷୀଟି ଜବରଦସ୍ତ ତା’ର ଘର ଭିତରେ ପଶିଲା l ଭିତରପଟୁ କବାଟ ବନ୍ଦ କରିଦେଲା l

“ତମେ ମତେ ଗାଧେଇ ଦେଇଥିଲ l ଏବେ ମୋ ପାଳି l ମୁଁ ତମକୁ ଗାଧେଇ ଦେବି l ତାହା ବି ବିନା ମୂଲ୍ୟରେ l” ଘରଚଟିଆ କହିଲା l ତା’ପରେ ସେ ତା’ର ପାଟି ମେଲା କଲା l ପାଣି ପ୍ରବଳ ବେଗରେ ପାଟି ବାଟେ ବାହାରିବାକୁ ଲାଗିଲା ନଦୀର ସ୍ରୋତ ଭଳି l ଖୁବ୍ ଅଳ୍ପ ସମୟ ଭିତରେ ସାରା ଘରଟି ପାଣିରେ ପୂର୍ଣ୍ଣ ହୋଇଗଲା l ବୁଢୀ ଲୋକଟି ପ୍ରଥମେ ଭିଜିଗଲା l ପରେ ଧୀରେ ଧୀରେ ସେ ପାଣିରେ ବୁଡିବାକୁ ଲାଗିଲା l ତା’ପରେ ସେ ପାଣିରେ ବେକ ପର୍ଯ୍ୟନ୍ତ ବୁଡିଗଲା l ନିଃଶ୍ୱାସ ନେଇପାରିଲା ନାହିଁ l ଘରଚଟିଆ ନିଜ ଦେହରୁ ସବୁ ପାଣି ବାହାର କରିସାରିବା ପରେ କବାଟ ଖୋଲି ଉଡିଗଲା l ଘରେ ଥିବା ବନ୍ୟା ପାଣି ନଈକୁ ବୋହିଗଲା କିନ୍ତୁ ତା’ ସହିତ ସେ ସ୍ତ୍ରୀ ଲୋକଟିକୁ ମଧ୍ୟ ଭସାଇ ନେଲା l

ଘରଚଟିଆଟି ଘରେ ଚାଳରେ ରହେ l ଘର ଅପରିଷ୍କାର କରେ l ଅତୀତର କଥା ତା’ର ମନେ ପଡେ l ସେହି କାରଣରୁ କୌଣସି ବ୍ୟକ୍ତି ଘରଚଟିଆକୁ ବ୍ୟତିବ୍ୟସ୍ତ କରନ୍ତି ନାହିଁ l

ଲକ୍ଷ୍ମୀଧର ମହାନ୍ତି


ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି

ଘରଚଟିଆ ବର୍ଷା ବୁଢୀ

Rate the content


Originality
Flow
Language
Cover design

Comments

Post

Some text some message..