Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Abstract

5.0  

ବଳରାମ ବାରିକ

Abstract

ବଢ଼େଇ ।

ବଢ଼େଇ ।

5 mins
423


ପିଲାଦିନେ କ୍ରିକେଟ ଖେଳିବା ଏକ ନିଶା ପରିଥିଲା। ସ୍କୁଲ ଛୁଟି ହେଲେ ବସ୍ତାନିକୁ ଫିଙ୍ଗିଦେଇ କଣ ଦିଟା ପାଟିରେ ପକେଇ ଦେଇ ପଡିଆକୁ ଧାଉଁଥିଲୁ କ୍ରିକେଟ ଖେଳିବା ପାଇଁ। କାଗଜ ଓ ଜରିକୁ ଗୁଡେଇ ବଲ୍ ତିଆରି କରୁଥିଲୁ। କେତେବେଳେ କାଠ ମୁଣ୍ଡିଆକୁ ଷ୍ଟମ୍ପ କରାଯାଉଥିଲା ତ ଆଉ କେତେବେଳେ ମାଟି ଇଟାକୁ ଥାକ ଥାକ କରି ସଜାଇ ଷ୍ଟମ୍ପ କରାଯାଉଥିଲା। ସାଙ୍ଗମାନେ ସ୍ଥିର କଲୁ ଆଉ କାଗଜ ବିଣ୍ଡାରେ ବଲ୍ ତିଆରି କରିବା ନାହିଁ। ଏଣିକି ଭିକି ବଲ୍ ରେ ଖେଳିବା। ଟଙ୍କାଏ ଲେଖା ଆଦାୟ କଲୁ। ଆଠ ଟଙ୍କା ରେ ଛୋଟ ଭିକି ବଲ୍ ମିଳୁଥିଲା। ସେ ସ୍ୱପ୍ନ ମଧ୍ୟ ପୁରା ହେଲା। ସାହି ସାହି ଭିତରେ ମ୍ୟାଚ୍ ଖେଳା ଯାଉଥିଲା। ହାରିବା ଯେମିତି ଆମ ଟିମ୍ ର ଜାତକରେ ନଥିଲା। ଜିତିବା ପାଇଁ ନାନା ଫନ୍ଦି ଫିକର କରି ଆର ସାହିର ପିଲାଙ୍କୁ ହରାଇ ଦେଉଥିଲୁ। ଆର ସାହିର ପିଲାମାନେ ସବୁବେଳେ ଆମଠାରୁ ହାରୁଥିଲେ କିନ୍ତୁ ଜିତିବାର ଆଶା ମଧ୍ୟ ଛାଡି ନଥିଲେ। ସେଥିପାଇଁ ପ୍ରାୟ ସବୁ ରବିବାର ମ୍ୟାଚ୍ ହୁଏ। ଆମ ଜିତିବା ପଛର ଶ୍ରେୟ ରାଜୁର ବ୍ୟାଟ୍ ଥିଲା। ରାଜୁ ବ୍ୟାଟ୍ ଆଣେ ବୋଲି ସେ ସବୁବେଳେ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଙ୍ଗ ଓ ବୋଲିଂ କରୁଥିଲା। ଏମିତି ନହେଲେ ରାଜୁ ରାଗିଯାଉଥିଲା ଓ ବ୍ୟାଟ୍ ନେଇ ପଳାଇ ଯାଉଥିଲା। ରାଜୁର ବାପା ହର ମଉସା ସରକାରୀ ଅଫିସରେ କିରାଣୀ ଚାକିରୀ କରିଥିଲେ। କୁଳ ବେଉସା ତାଙ୍କର ବଢ଼େଇ କାମଥିଲା । ହର ମଉସାଙ୍କ ବାପା ଜଣେ ନାମୀଦାମୀ ବଢ଼େଇ ଥିଲେ। ରଥଯାତ୍ରା ବେଳେ ଠାକୁରଙ୍କ ପାଇଁ ରଥ ତିଆରି କରିବା ତାଙ୍କର ସବୁଠୁ ବଡ଼ କାମ ଥିଲା। ବାପାଙ୍କ ଠାରୁ କିଛି କିଛି କାମ ଶିଖିଥିଲେ ହର ମଉସା। ଡିଉଟିରୁ ଆସିବା ପରେ କଣ ଟିକେ ଖାଇ ଦେଇ ଠୁକୁରୁ ଠୁକୁରୁ କରନ୍ତି। ମାଉସୀ ସେଥିପାଇଁ ସବୁବେଳେ ରାଜୁର ବାପା ମାନେ ହର ମଉସା ଉପରେ ଚିଡି ଚିଡି ହୁଅନ୍ତି। ଘର ଟାକୁ ଅଳିହା କରିଦେଉଥିଲେ। ରାଜୁ ପାଇଁ ନିଜେ ଦୁଇଟା ବ୍ୟାଟ୍ ତିଆରି କରିଦେଇଥିଲେ,ଓ ସେ ବ୍ୟାଟ୍ ଯୋଗୁଁ ରାଜୁ ଆମର ଟିମ୍ ରେ କ୍ୟାପଟେନ୍ ପଦବୀ ମଧ୍ୟ ପାଇଥିଲା। ରାଜୁ ସେତେବେଳେ ନିଜ ବାପାଙ୍କୁ ନେଇ ଢେର ଗର୍ଵ କରୁଥିଲା।

କାଠରେ କିଛି ନା କିଛି ନିଇତି ତିଆରି କରିବା ହର ମଉସାଙ୍କ ଅଭ୍ୟାସ ଥିଲା। କୋଉଠୁ ଖଣ୍ଡେ କାଠ ପଟା ମିଳିଗଲେ ତାକୁ ଛାତିରେ ଲଗାଇ ଘରକୁ ନେଇ ଆସନ୍ତି। ଅଫିସର କାଠ ଫର୍ନିଚର ଗୁଡିକ କିଛି ଭଙ୍ଗା ଭଙ୍ଗୀ ହେଲେ ସେ ନିଜେ ସଜ କରିଦେଉଥିଲେ ସେଥିପାଇଁ ଉପର ଅଫିସର ହର ମଉସା ଉପରେ ଅନେକ ଖୁସିଥିଲେ। କଥାରେ କଥାରେ କହି ଦେଉଥିଲେ ହର ବାବୁଙ୍କ ଭଳି କର୍ମଚାରୀ ଆମ ଅଫିସରେ ବେଶୀ ରହିବା କଥା। ସେ ଫାଇଲ୍ କାମରେ ଯେମିତି ସିଦ୍ଧହସ୍ତ କାଠ ରୁ ବିଭିନ୍ନ ଜିନିଷ ତିଆରି କରିବାରେ ମଧ୍ୟ ନିପୁଣ ଥିଲେ।

ରାଜୁ ଘରକୁ ଗଲେ ବଢ଼ିଆ ଲାଗେ କାରଣ ମଉସା ଘରଟାକୁ ସେମିତି ସଜାଇଛନ୍ତି। କାଠରେ ସୁନ୍ଦର ସୋଫା,ଠାକୁର ରଖିବା ଆସ୍ଥାନ, ଘରର କବାଟ ଗୁଡିକର ଡିଜାଇନ,କାଂଥରେ ଥାକ ଗୁଡିକର ଡିଜାଇନ,କିଛି ଛୋଟ ଓ ସୁକ୍ଷ୍ମ କାମ ମଧ୍ୟ କରି ଟିଭି ଘରେ ସଜାଇ ରଖିଛନ୍ତି। ସବୁଠୁ ବଢ଼ିଆ ତ ରାଜୁର ପଢ଼ା ଟେବୁଲ ଥିଲା। ମଉସାଙ୍କର କାଠ କାମ ପ୍ରତି ଶ୍ରଦ୍ଧା ତାଙ୍କୁ ସବୁବେଳେ ବ୍ୟସ୍ତ ରଖୁଥିଲା ଓ ସେ ସେଥିରେ ଖୁସି ରହୁଥିଲେ। ରବିବାର ଦିନ ରାଜୁକୁ ଖେଳିବା ପାଇଁ ଡାକିବାକୁ ଗଲେ ଦୃଶ୍ୟମାନ ହୁଏ ମଉସାଙ୍କର ପୃଥିବୀ। ନିହାଣ, ମୁଗୁର, ବଟାଳୀ,ରନ୍ଦା ଚିତ୍ ହୋଇ ପଡ଼ିଥାନ୍ତି। କାନରେ ଗୋଟେ ପେନସିଲି ଖୁଞ୍ଚା ଯାଇଥାଏ। ମୋତେ ଦେଖି ପଚାରନ୍ତି କିରେ ବବୁଲ ପାଠ ପଢା କେମିତି ଚାଲିଛି ?? ମନ ଦେଇ ପାଠ ପଢୁଛ କି ନାହିଁ। ମୁଁ ବଡ଼ ଜୋରରେ ମୁଣ୍ଡ ହଲେଇ କହେ ମଉସା ଆମେ ମନ ଦେଇ ପଢ଼ୁଛୁ।

ପିଲାଦିନେ ହର ମଉସାଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା। ତାଙ୍କର ସେହି ଶ୍ରଦ୍ଧା ଓ ଭଲ ପାଇବା କେବେ ଭୁଲି ହେବ ନାହିଁ। ମୋତେ ଲାଗେ ଗୋଟେ ଶିଳ୍ପୀ ହିଁ ଭାଗବାନଙ୍କ ସୃଷ୍ଟିକୁ ବେଶୀ ଭଲ ପାଇ ଜାଣେ। ରାଜୁ ଅଧିକ ଗେଲ୍ହା ଥିଲା କାରଣ ସେ ବାପା ମା'ଙ୍କର ଗୋଟିଏ ବୋଲି ପୁଅ ଥିଲା। ମଉସା ଙ୍କ ସ୍ୱପ୍ନ ଥିଲା ରାଜୁ ଇଞ୍ଜିନିୟର ହେବ। ସହର ,ସଡ଼କ ଓ ଦେଶ ନିର୍ମାଣରେ ବିନ୍ଧାଣି ସାଯିବ। ବୋଧେ ତାହା ହିଁ ହେଲା, ଆମେ ଯୁକ୍ତ ଦୁଇ ବିଜ୍ଞାନ ସାଙ୍ଗ ହୋଇ ପଢୁଥିଲୁ । ରାଜୁ ଭୁବନେଶ୍ୱର ଇଞ୍ଜିନିୟରିଙ୍ଗ କରିବାକୁ ଚାଲିଗଲା। ତା ପରେ ଆମର ଆଉ ଦେଖା ନଥିଲା।


ଦିନେ ହଠାତ୍ ସନ୍ଧ୍ୟାରେ ଏକ ନମ୍ବର ମାର୍କେଟ ରେ ରାଜୁ ସହ ଦେଖା ହୋଇଗଲା ସେ ସପତ୍ନୀକ ଥିଲେ। ମୋତେ ଦେଖି ରାଜୁର ଖୁସି କହିଲେ ନସରେ । ଭାଉଜଙ୍କ ସହ ପରିଚୟ କରାଇଲା ଓ ମୋତେ ତା ସହ ତା ଘରକୁ ଯିବାକୁ ଜିଦି କଲା। ଶନିବାର ସନ୍ଧ୍ୟା ଥିଲା। ମୁଁ ରାଜୁକୁ କହିଲି ଆଜି ସନ୍ଧ୍ୟାରେ ଆଚାର୍ଯ୍ୟ ବିହାରରେ ମୋର ଗୋଟେ କାର୍ଯ୍ୟକ୍ରମ ଅଛି। ମୁଁ ତ ଏବେ ଯାଇ ପାରିବି ନାହିଁ।

-ଆଛା ତୁ କଣ କରୁଛୁ ଭାଇ ଏଠି ଭୁବନେଶ୍ୱରରେ । ଏଇଠି ରହୁଚୁ କି ?

-ନାଇଁମ। ଆମେ କଣ ଏତେ ବଡ଼ ଲୋକ ହେଲୁଣୁ ଯେ ରାଜଧାନୀରେ ଆସି ରହିପାରିବୁ। ଏମିତି ଗୋଟେ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲି।

-ହଁ ମୁଁ ତାହେଲେ ଠିକ୍ ଶୁଣିଥିଲି । ରାକେଶ କହୁଥିଲା ତୁ କୁଆଡେ ବଡ଼ ଲେଖକ ହେଇ ଗଲୁଣି। ମୁଁ ଜାଣିଥିଲି ପରା ତୁ ଦିନେ ନା ଲେଖକ ହେଇଯିବୁ ବୋଲି।

ସ୍କୁଲରେ ତୋର କବିତା ଆବୃତି ଶୈଳୀ ବି ସେମିତି ନିଆରା ଥିଲା।

-ନାଇଁରେ ସାଙ୍ଗ ସେମିତି ଚାଲିଛି ।

-ଆଉ କଣ କରୁଛୁ ଏବେ? ଶୁଣ ତୁ ଗୋଟେ କାମ କର ତୋ ପ୍ରୋଗ୍ରାମ ଆଟେଣ୍ଡ କର । ମନା ନାହିଁ କିନ୍ତୁ କାଲି ରବିବାର ତୁ ନିଶ୍ଚୟ ମୋ ଘରକୁ ଆସିବୁ।

-ଆଛା ତୁ କଣ ଭୁବନେଶ୍ୱରରେ ରହୁ ?

-ହଁ ୟାର୍।

-ଆଠ ବର୍ଷ ହେଲାଣି ଏଇଠି ସେଟେଲ୍ ହେଇଯାଇଛି। ପୋଖରୀପୁଟ ରେ ଥ୍ରୀ ବି:ଏଚ୍ : କେ ଫ୍ଲାଟ ଗୋଟେ କିଣି ଦେଇଛି। ବୋଉ ଚାଲିଗଲା ପରେ ବାପା ଓ ଆମେ ଆମେ ସମସ୍ତେ ସାଙ୍ଗ ହୋଇ ରହୁଛୁ।

-ସତରେ ମଉସା ବି ରହୁଛନ୍ତି। ତାହେଲେ ତୁ ନଡାକିଲେ ବି ମୁଁ ଯିବି। କେମିତି ଅଛନ୍ତି ମଉସା ?

-ହଁ ଭଲ ଅଛନ୍ତି। ବାପା ଥରେ ତୋ ବିଷୟରେ ପଚାରୁଥିଲେ।

-କଣ କହିଲୁ ?

-କଣ ଆଉ କହିବି ତୁ କଣ କରୁଛୁ ମୋତେ ଜଣା ନଥିଲା। ଫାଙ୍କି ମାରିଦେଲି କହିଲି ସେ ଶିକ୍ଷକ ଅଛି।

-ହଁ ତୁ ଠିକ କହିଛୁ ସାଙ୍ଗ। ମୁଁ ଗୋଟେ ରେସିଡେଣ୍ଟାଲ କଲେଜ୍ ରେ ପଢାଉଛି।

-ଦରମା ?

-ହଁ ଭାଇ ,ପରିବାର ଚଳି ଯାଉଛି।

-ଛାଡ୍ ସେ କଥା।8608478913 ମୋ ନମ୍ବର ମିସ୍ କଲ ଗୋଟେ ଦେ।

-ହଁ ଦେଲି।

-ମୁଁ ଠିକଣା ମେସେଜ୍ କଲି । କାଲି ଠିକ୍ ଦଶଟାରେ ପହଞ୍ଚିବୁ।

-ନିଶ୍ଚୟ ଯିବି।

ତହିଁ ଆରଦିନ ମୁଁ ରାଜୁର ଘରେ ପହଞ୍ଚିଲି। ରାଜୁ କୁଣ୍ଢେଇ ପକାଇଲା। ଭାଉଜ ଆଦରି ନେଇ ସୋଫାରେ ବସାଇଲେ। ରାଜୁର ଡ୍ରଇଂ ରୁମ ବହୁତ ସୌଖିନ ଦେଖାଯାଉଥିଲା।

-ବାପା ଆସ ଦେଖିବ କିଏ ଆସିଛି ?

-ବାପା ବାପା ବାପା ମୁଁ ଜାଣିଛି ପରା କୋଉଠି ଗୋଟେ ବସି ଠୁକୁରୁ ଠୁକୁରୁ କରୁଥିବେ।

-ହା ହା ହା । ମଉସାଙ୍କର ସେ କାଠ ପ୍ରେମ ଏ ଯାଏଁ ଯାଇନି କି ?

-ଯାଇନି ଆବେ ଏବେ ବେଶୀ ବେଶୀ ବଢି ଯାଇଛି। ଦିନ ସାରା ଠୁକୁରୁ ଠୁକୁରୁ କରୁଛନ୍ତି। ମୋତେ ବେଳେ ବେଳେ ବିରକ୍ତ ଲାଗୁଛି। କଣ କରିବି କହ। ଆମ ତଳ ଫ୍ଲୋର ବାଲା କେତେଥର ମୋତେ କମ୍ପ୍ଲେନ କଲେଣି ତାଙ୍କ ଛାତରେ ଠକ୍ ଠକ୍ ଶୁଭୁଛି ବୋଲି।

-ଠିକ୍ କହିଲୁ। କେହିବି କମ୍ପ୍ଲେନ କରିବେ।

-ସେଥିପାଇଁ ତ ତାଙ୍କୁ ରବର ମ୍ୟାଟ୍ ଗୋଟେ ଆଣି ଦେଇଛି। ତା ଉପରେ ଥୋଇ କାମ କରୁଛନ୍ତି। ଏବେ ଟିକେ ରକ୍ଷା ଅଛି।

ମଉସାଙ୍କୁ ଘର ଭିତରେ ଖୋଜା ହେଉଛି କିନ୍ତୁ ମଉସା ଦୁଇ ଛୋଟ ଖଣ୍ଡ କାଠ ଛାତିରେ ଲଗାଇ ରୁମ୍ ଭିତରେ ଏଇୟା କହି କହି ପଶି ଆସୁଥିଲେ।

-ବହୁ ମୁଁ କହିଥିଲି ନା ମୋ ରୁମ୍ ରେ କାହାକୁ ସଫା କରିବାକୁ ଦେବନି। ମୁଁ ନିଜେ ସଫା କରିବି। ଦେଖ ଅଦରକାରୀ ଭାବି କେମିତି ଏ ଦୁଇଖଣ୍ଡ କାଠ କେମିତି ଫିଙ୍ଗି ଦେଇଛି।

-ବାପା ତୁମେ କାହିଁକି ସେ କାଠ ପଛରେ ପଡିଛ ଦେଖ କିଏ ଆସିଛି

ମଉସା ମୋତେ ଗହିରିଆ ଆଖିରେ ଚାହିଁଲେ। ମୁଁ ପାଦ ଛୁଇଁଲି। ହଁ ଚିନ୍ହି ଦେଲେ ନା କଣ  

-ଆରେ ଆରେ ବବୁଲ ନା କଣ ?

-ହଁ ମଉସା।ମୁଁ ବବୁଲ ।

-ଆପଣ କେମିତି ଅଛନ୍ତି।

-ଭଲ ଅଛି ରେ ବାବା।କେତେବେଳେ ଆଇଲୁ ? କେଉଁଠି ରହୁଛୁ? ଏତେ ଦିନ ହେଲା କେଉଁଠି ଥିଲୁ ?

-ହଁ ଭଲ ଅଛି। ମଉସା ସମୟ ଅଭାଵ ତା ଛଡା ସମୟ ନଆସିଲେ କାହାକୁ କଣ ସାକ୍ଷାତ କରିହୁଏ।

-ହଁ ସେଇୟା ନୁହେଁ ତ ଆଉ କଣ ? ତୋ ମାଉସୀ ଚାଲିଗଲା ପରେ ମୁଁ ଏଇଠି ଆସି ଅଛି। ଗାଁ କଥା ଭାରି ମନେ ପଡୁଛି।

ହଉ ତୁମେ କଥା ହୁଅ। ବହୁ ,ବବୁଲ କୁ ଚା ,ଜଳଖିଆ ଦିଅ।

ଆଜି ଏଇଠି ରହିଯାଉ ସେ।


-ବାପା ଦେଇ ସାରିଲିଣି । ସେଇଟା କଣ ଆଉ ବାକି ଅଛି।


ଲାଗୁଥିଲା ମଉସା ବୋଧେ କୋୖଣସି ଗୋଟେ କାମ ଅଧାରୁ ଛାଡି ଆସିଛନ୍ତି।


-ନାଇଁ ମଉସା ପୁଣି କେବେ ଆସିବି। ମୋର ଅନେକ କାମ ଅଛି।

-ତୁ ଠିକ କହିଲୁ ବବୁଲ ଆମେ ସମସ୍ତେ ନିଜ ନିଜ କାମକୁ ଭଲ ପାଇବା ଉଚିତ।

ରାଜୁ ମୋ ମୁହଁକୁ ଚାହିଁ ହସିଦେଲା ଓ କହିଲା 

-ଦେଖିଲୁ ତ ବାପାଙ୍କୁ ।

-ହଁ ଜମାରୁ ବଦଳି ନାହାଁନ୍ତି।

-ସବୁବେଳେ ରୁମ ଭିତରେ କାମ ଚଲେଇଛନ୍ତି।

-ବାଧ୍ୟ ହୋଇ ସି :ସି କ୍ୟାମେରା ଗୋଟେ ଲଗାଇଛି ଦେଖେ।


ରାଜୁ ମନିଟରରେ ଜୁମ୍ କରି କରି ମଉସାଙ୍କ କୋଠରୀର କୋଣ ଅନୁକୋଣ ଦେଖାଉଥାଏ। ଲୁଣ କାଠୁଆ, ଦ୍ବୀପ ଷ୍ଟାଣ୍ଡ, ପିଢ଼ା, ରାଜୁର ଜନ୍ମ ହୋଇନଥିବା ସନ୍ତାନ ମାନଙ୍କ ପାଇଁ କାଠର ଖେଳନା ମାନ ,ଡ୍ରଇଂ ରୁମରେ ସଜାଇବା ପାଇଁ ବିଭିନ୍ନ ପକ୍ଷୀ ଓ ଅନ୍ୟାନ୍ୟ ସରଞ୍ଜାମରେ ଭର୍ତ୍ତି । ଜୁମ୍ କରୁ କରୁ ବ୍ୟାଟ୍ ଉପରେ ନଜର ପଡିଗଲା।

ମୁଁ ଟିକେ ଚିଲ୍ଲେଇ ଦେଇ କହିଲି


-ଆବେ କ୍ୟାପ୍ଟେନ ତୋ ବ୍ୟାଟ୍ ।


ରାଜୁ ଓ ମୁଁ ଧାଇଁଲୁ ମଉସାଙ୍କ ରୁମକୁ ଏକା ଗତିରେ ବ୍ୟାଟ୍ ଟି କିଏ ପ୍ରଥମେ ନେବ ବୋଲି।

ଭାଉଜଙ୍କ ପାଟିରୁ ଶୁଣା ଯାଉଥିଲା ଆରେ କାହିଁକି ଏମିତି ଦୌଡୁଛ ?

କଣ ହେଲା ?


Rate this content
Log in

Similar oriya story from Abstract