Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -188
ଜହ୍ନମାମୁଁ -188
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.4K    12


Content Ranking

ଶାପ ମୁକ୍ତି - ୨


ମନ୍ତ୍ରୀ ଦେଖିଲେ ହଠାତ୍ କେଉଁଠୁ ଆଲୋକ ଆସିବାରେ ଲାଗିଲା । ଏହା ଅତି ତୀବ୍ର ଥିବାରୁ ସେ ତାଙ୍କର ଆଖି ବନ୍ଦ କରିଦେଲେ, ସଙ୍ଗେ ସଙ୍ଗେ ସେ ଏକ ସ୍ୱର ଶୁଣିବାକୁ ପାଇଲେ, “ହେ ମାନବ, ତୁମର ଦେଶଭକ୍ତି ଓ ସତ୍ସାହସ ଦେଖି ମୁଁ ଅତି ସନ୍ତୁଷ୍ଟ ହେଲି । ତୁମେ ରାଜଧାନୀ ଯାଇ ହଜାର ପୃଷ୍ଠାର ଏକ କାହାଣୀ ଲେଖ ଯାହାକୁକି ସମସ୍ତେ ବୁଝିପାରିବେ । ଏହା ଏତେ ଚମତ୍କାର ହେବ ଯେ ଯିଏ ଥରେ ଆରମ୍ଭ କରିବ ସେ ଶେଷ ନ କରି ଆଉ ରହିପାରିବ ନାହିଁ । ଏହି କାହାଣୀ ଯଦି ରାଜାଙ୍କୁ ଶୁଣାଇବ ତେବେ ରାଜା ନିଜର ପୂର୍ବରୂପ ଓ ଜ୍ଞାନ ପୁନଃ ଫେରି ପାରିବେ ।”

ଏକଥା ଶୁଣି ମନ୍ତ୍ରୀ କହିଲେ, “ମୁଁ ରାଜଧାନୀ ସମ୍ପର୍କିତ ଅନେକ ଗ୍ରନ୍ଥ ପଢିଛି; ପ୍ରଜାଙ୍କ ମଙ୍ଗଳ ପାଇଁ ମଧ୍ୟ ବହୁ ଶାସ୍ତ୍ର ପଢିଛି; ଏପରିକି ଚିକିତ୍ସାଶାସ୍ତ୍ର ମଧ୍ୟ । କିନ୍ତୁ ସାହିତ୍ୟ ପ୍ରତି ମୋର କେବେବି କୌଣସି ଆକର୍ଷଣ ନଥିଲା । ମୁଁ ମଧ୍ୟ ମୋ ଜୀବନରେ କେବେବି ହେଲେ କୌଣସି କାବ୍ୟ କବିତା ପଢିନାହିଁ । କେହି ଯଦି କିଛି ଶୁଣାଇବାକୁ ଚେଷ୍ଟା କରେ ତେବେ ମୋର ଧୈର୍ଯ୍ୟ ରହେନାହିଁ, କାହାଣୀ ଲେଖିବା ତ ମୋ ପାଇଁ ଏକଦମ୍ ଅସମ୍ଭବ । ମୁଁ କିପରି ଲେଖିବି?”

କାଳୀ କହିଲେ “ତମେ ଏପରି କିଛି ବିଷୟ ଲେଖିବାକୁ ଆରମ୍ଭ କର, ଯାହାକି ପାଠକଙ୍କ ପାଇଁ ତୀବ୍ର ଆକର୍ଷଣର ବିଷୟ ହେବ । ରାଜା ବି ମୁକ୍ତ ହେବେ । ତଦ୍ୱାରା ପ୍ରଜାମାନେ ମଧ୍ୟ ଅନେକ ଲାଭବାନ ହେବେ । ମୁଁ ଯାହା କହୁଛି ତାହା କର ।”

ମନ୍ତ୍ରୀ ରାଜଧାନୀକୁ ଫେରି ଆସିଲେ । ଦିନରାତି ବହୁତ ପରିଶ୍ରମ କରି ସେ ଗୋଟିଏ ହଜାର ପୃଷ୍ଠାର ଗ୍ରନ୍ଥ ଲେଖିଲେ । ତା’ପରେ ସେ ସେହି ଗ୍ରନ୍ଥଟିକୁ ଧରି ରାଜାଙ୍କୁ ଖୋଜିବାକୁ ବଣକୁ ଗଲେ । ଶେଷରେ ଜଙ୍ଗଲରେ ଥରେ ସେ ତାଙ୍କୁ ଦେଖିବାକୁ ପାଇଲେ । ରାଜା ତାଙ୍କୁ ଦେଖିବା ମାତ୍ରେ ତାଙ୍କ ଆଡକୁ ସେ ମାଡି ଆସିଲେ । ମନ୍ତ୍ରୀ ଚଟାପଟ ଗ୍ରନ୍ଥ ଖୋଲି ବସି ପଢିବାକୁ ଲାଗିଲେ । ମନ୍ତ୍ରୀ ପଢିବାକୁ ଆରମ୍ଭ କରିବା ମାତ୍ରେ ରାଜା ଶାନ୍ତ ହୋଇ ଯେଉଁଠି ଥିଲେ ସେଇଠି ଗୋଟିଏ ମୂର୍ତ୍ତିପରି ଠିଆ ହୋଇ ରହିଲେ ।

ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପୃଷ୍ଠା ପଢିଯାଉଥିଲେ ଓ ରାଜା ଅଚଳ ମୂର୍ତ୍ତି ପରି ଦଣ୍ଡାୟମାନ ହୋଇ ସେସବୁକୁ ଶୁଣି ଯାଉଥିଲେ । ଅବଶେଷରେ ସେହି ଗ୍ରନ୍ଥର ଅନ୍ତିମ ପୃଷ୍ଠା ଶେଷ ହେବା ମାତ୍ରେ ରାଜାଙ୍କର ରାକ୍ଷସ ଦେହ କୁଆଡେ ଉଭେଇଗଲା; ସେ ନିଜର ପୂର୍ବରୂପ ଫେରି ପାଇଲେ । ସେ ଅଳ୍ପ ଅଳ୍ପ ହସୁଥିଲେ । ମନ୍ତ୍ରୀଙ୍କ ଉପରେ ଦୃଷ୍ଟି ପଡିବା ମାତ୍ରେ ସେ ଦୌଡି ଆସି ତାଙ୍କୁ ଆଲିଙ୍ଗନ କଲେ । ତା’ପରେ ସେ ଦୁହେଁ ରାଜଭବନକୁ ଫେରି ଆସିଲେ । ସେଠାରେ ରାଜା, ମନ୍ତ୍ରୀଙ୍କୁ କହିଲେ, “ସୁକାମ, ତୁମରି ଏ ଲେଖା କାହାଣୀ ଅତ୍ୟନ୍ତ ଅଦ୍ଭୁତ । ତୁମେ ଆହୁରି ଲେଖ; ମୁଁ ଶୁଣି ଶୁଣି ଆନନ୍ଦ ହେବି ।”

ସୁକାମ ବଡ ସରଳ ଭାବରେ ଉତ୍ତର ଦେଲେ, “ମହାରାଜ, ଆପଣ ଭଲକରି ଜାଣନ୍ତି ଏସବୁ କଥା କାହାଣୀ ଲେଖିବା ମୋ ଜାତକରେ ଆଦୌ ନାହିଁ । ଏହି କାହାଣୀ ତ ମୁଁ କେବଳ ଆପଣଙ୍କୁ ଶାପମୁକ୍ତ କରିବା ପାଇଁହିଁ ଲେଖିଥିଲି । କିନ୍ତୁ ଏବେ ମୋର ଇଚ୍ଛା ମୋର ସମସ୍ତ ସମୟ ଆପଣଙ୍କୁ ମନ୍ତ୍ରଣା ଦେଇ ଦେଶର ମଙ୍ଗଳ କରିବାରେ ବିତିଯାଉ । ଏପରି ଗ୍ରନ୍ଥ ଲେଖିବାର କାମ ଆପଣ ଅନ୍ୟ କୌଣସି ଯୋଗ୍ୟ ବ୍ୟକ୍ତିକୁ ଦିଅନ୍ତୁ ।”

ରାଜା ସବୁ ବୁଝିପାରିଲେ । ପ୍ରକୃତରେ ମନ୍ତ୍ରୀର କାମ ରାଜକାର୍ଯ୍ୟରେ ମନ୍ତ୍ରଣା ଦେଇ ସାହାଯ୍ୟ କରିବା । ତେଣୁ ରାଜା ଗ୍ରନ୍ଥ ଲେଖିବାର ଦାୟିତ୍ୱ ଅନ୍ୟ କାହାକୁ ଦେଲେ । ମନ୍ତ୍ରୀଙ୍କ ଲିଖିତ ଗ୍ରନ୍ଥ ଦରବାରରେ ପଢା ହେଲା । ସମସ୍ତେ ଖୁବ୍ ପ୍ରଶଂସା କରି କହିଲେ, “ଏପରି ଗ୍ରନ୍ଥ ତ ସ୍ୱୟଂ ଦେବୀ ସରସ୍ୱତୀଙ୍କ ବରପୁତ୍ର ମଧ୍ୟ ଲେଖିପାରିବ ନାହିଁ ।”

ପଣ୍ଡିତମାନଙ୍କ ମୁହଁରୁ ଏପରି କଥା ଶୁଣି ରାଜାଙ୍କର ସେମାନଙ୍କ ଉପରେ ଭୀଷଣ ମାତ୍ରାରେ ରାଗ ହେଲା । ତେଣୁ ରାଜା ତାଙ୍କ ରାଜ୍ୟରେ ପ୍ରଚାର କଲେ ଏଭଳି ଗ୍ରନ୍ଥ କିଏ ଲେଖିଦେଲେ ସେ ଏକହଜାର ସ୍ୱର୍ଣ୍ଣମୁଦ୍ରା ପାଇବ । ଅନେକ ବିଦ୍ୱାନ୍ ସବୁ ଶୁଣି ଚୁପ୍ ହୋଇ ରହିଲେ । କିନ୍ତୁ ପଇସା ଲୋଭରେ ଅନେକେ ମଧ୍ୟ ଲେଖିଲେ । ବହୁତ ଗ୍ରନ୍ଥ ଲେଖା ହେଲା ଓ ଲୋକଙ୍କର ମନୋରଞ୍ଜନ ହେଲା ।

ମନ୍ତ୍ରୀ ଆଲୋକ ରାଜଧାନୀ

Rate the content


Originality
Flow
Language
Cover design

Comments

Post

Some text some message..