STORYMIRROR

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଫକିର

ଫକିର

2 mins
132


ଆଜି ସେଇଦିନ, ସାଇ ଙ୍କର ମହାସମାଧି। ଗତ ବର୍ଷ ପରିବାରଶହ ସିରିଡ଼ିରେ ଆଜିର ଦିନରେ ଥିବାର ସୌଭାଗ୍ୟ ଥିଲା। ବାବାଙ୍କ ବିଷୟରେ ଲେଖିବା ଧୃଷ୍ଟତା ହେବ, କାରଣ ସୀମିତ ଜ୍ଞାନ ଭିତରେ ଅସୀମଙ୍କୁ ଜାଣିବା ଓ ତାଙ୍କ ବିଷୟରେ ଲେଖିବା ପାଗଳାମୀ। ଯେପରି ସୂର୍ଯ୍ୟଙ୍କୁ ଚାହିବାକୁ ହେଲେ, ସେଇସୂର୍ଯ୍ୟଙ୍କ ଦିବାଲୋକ ଆବଶ୍ୟକ ପଡେ ଏପରି ବାବାଙ୍କ ସଦୟ ଶକ୍ତି ପ୍ରାର୍ଥନା କରୁଛି। ମନରେ ବହୁ ପ୍ରଶ୍ନ ଆଶେ ବାବାଙ୍କ ବିଷୟରେ। ତାଙ୍କ ଜନ୍ମ ଓ ପରିବାର କି ତାଙ୍କ ଘର ଆଦି। ଏବିଷୟରେ ସମସ୍ତେ ନିରୁତର ଦେବ। ଏହାର କୌଣସି ସଠିକ୍ ଉତ୍ତର କାହାପା ଖରେ ନାହିଁ। ଗୋଦାବରୀ ନଦୀ ତଟ ପ୍ରଦେଶର କିଛି ଦୂରରେ ଶିରିଡ଼ି ଅବସ୍ଥିତ। ଶିରିଡ଼ି ଓ ଆଖପାଖ ଅଞ୍ଚଳ କୋପର୍ ଗାଆଁ ନିମ୍ ଗାଁ ଆଦି ସେତେବେଳେ ଜଙ୍ଗଲ ଥିଲା। ଜଙ୍ଗଲ ମଝିରେ ଛୋଟ ଗାଁ ଟିଏ ଶିରିଡ଼ି। ବିଭିନ୍ନ ପାଟକର ଲୋକଙ୍କର ମୁଖ୍ୟ ଜୀବିକା ଥିଲା ଚାଷ ବାସ। ସେତେବେଳେ ଅଂଗ୍ରେଜ୍ ସରକାର ଗ୍ରାମରେ ଖଞ୍ଜଣା ଆଦାୟ କରିବାକୁ ମୁଖିଆ ବା କୂଳକର୍ଣୀ ଙ୍କ ଉପରେ ଦାୟିତ୍ଵ ଦେଇଥିଲେ। ଏହି ଶିରିଡ଼ି ଗ୍ରାମରେ ଆରାଧ୍ୟ ଦେବ ଖଣ୍ଡୱା ମନ୍ଦିର ଗ୍ରାମରେ ମଝିରେ ଥିଲା। ଏହାର ପୁରୋହିତ ବହୁ ନିଷ୍ଟା ଓ ପବିତ୍ର ରହି ପୂଜା ପ୍ରତେହ କରନ୍ତି। ନର ନାରୀ ଖଣ୍ଡୱା ଙ୍କ ଆର୍ଶ୍ରୀପାଦରୁ ସୁଖରେ ରହିଆସୁଥିଲେ। ଜଣେ ଯୁବକ ବୋଧେ ତାଙ୍କୁ ସୋଳ ବର୍ଷ ହେବ, ସେ ହଠାତ୍ ଗ୍ରାମରେ ସୀମାରେ ଏକ ନିମ ବୃକ୍ଷ ତଳେ ବସିବାର ଗ୍ରାମବାସୀ ମାନେ ଜାଣିବାକୁ ପାଇଲେ। ଯୁବକ ଜଣକ ଦିନ ତମାନ ନିମ ମୂଳେ ବସନ୍ତି ଓ ରାତ୍ରୀରେ ଜଙ୍ଗଲ ସାରା ବୁଲନ୍ତି। ଲୋକଙ୍କ ମନରେ କୋଉତୁହଳ ଜାତ ହୁଏ। କଣ ଖାଉଛନ୍ତି ବା ଶୀତ କାକରରେ କିମିତି ରହୁଛନ୍ତି। ଲୋକମାନେ ତାଙ୍କୁ ବହୁ ପ୍ରଶ୍ନ ପଚାରିଲା ପରେ ଯୁବକ ନୀରବ ରୁହନ୍ତି। ଗ୍ରାମରେ ଜଣେ ବ୍ୟକ୍ତିଙକଠାରୁ ଶୁଣିବାକୁ ପାଇଲେ ଯେ ଖଣ୍ଡୱ। ନିଜେ ତାଙ୍କର ପରିଚୟ ଦେଇ କହିଛନ୍ତି ଯେ ସେଇ ନିମ ମୂଳ ପାଖରେ ଏହି ସାଧୁଙ୍କ ସାଧନା କ୍ଷେତ୍ର ଅଛି। ଏହାର ପ୍ରମାଣ ପାଇଁ ସେଠାରୁ ମାଟି ଖୋଳିଲା ପରେ ଦେଖା ଗଲା ଖଣ୍ଡେ ଇଟା ଚାରି ପଟେ ଚାରି ଦୀପ ଜଳୁଛି ଓ ଗୁମ୍ଫା ଟିଏ ଅଛି। ଯାହା ଜଣା ଯାଏ ଏହି ଯୁବକ ସେହି ସ୍ଥାନରେ ବସି ଯୋଗ କରୁଥିଲେ। କ୍ରମେ ଲୋକଙ୍କ ସହଯୋଗରେ ସେଠାରେ ଗୋଟାଏଖୋଲା ଘର ହେଲା। ଯୁବକଙ୍କ ସ୍ବଭାବ ଦୟାଦ୍ର ଓ ନିର୍ମଳ ଥିଲା। ଅସହାୟ ଲୋକ କି ପଶୁ ପକ୍ଷୀ ଙ୍କୁ ସାହାଯ୍ୟ କରିବାକୁ ଦେବ ଦୁତପରି ଯୁବକ ସହଯୋଗ କରୁଥିଲେ। ଦିନରେ ଅଳ୍ପ ଲୋକଙ୍କ ଘରକୁ ଭିକ୍ଷା ପାଇଁ ଯାଉଥିଲେ। ଯାହା ଭିକ୍ଷା ମିଳୁଥିଲା, ତାହା ଭିତରୁ କିଛି କୁକୁର ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ଦେଉଥିଲେ। କ୍ରମେ ଲୋକଂକ ଦୁଃଖ ଦୃଦଶା ଓ ଅଭାବ ଅସୁବିଧା ପାଇଁ ସହାୟକ ହେଉଥିଲେ। ବହୁ ଦୂରାନ୍ତରୁ ଲୋକ ଆସି ଉପକୃତ ହେଉଥିଲେ। ଶିରିଡ଼ିରେ ଗୋଟାଏ କୂପ ଥିଲା ଓ ପାନିର ଘୋର ଅସୁବିଧା ଥିଲା। ବାବା ତାହାର ଚିର ସମାଧାନ କଲେ। ଲୋକ ମାନଙ୍କ ଆର୍ଥିକ ଊର୍ଣତ୍ତି ନିର୍ମିତ ପରିଶ୍ରମ ଓ ଚରିତ୍ର ବାନ ହେବାକୁ ପ୍ରେରଣା ଦେଇଥିଲେ। ନାରୀ ମାନଙ୍କୁ ଉତ୍ତମ ଗୃହିଣୀ ଓ କୁଟୀର ଶିଳ୍ପ ପାଇଁ ଉତ୍ସାହିତ କରିବା ସହିତ ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ଦୂର କରୁଥିଲେ। ବାବା ସୁନ୍ଦର ବଗିଚା ଟିଏ ନିଜ ହାତରେ ଗଛ ଲଗେଇବା ଓ ଜଳ ଦେବା କାର୍ଯ୍ୟ କରୁଥିଲେ। କୁଟିରକୁ ପରିଷ୍କାର ରଖୁଥିଲେ। ସନ୍ଧ୍ୟା ବେଳେ ଦୀପ ଜାଳି ଆଲୋକିତ କରିବା ପାଇଁ ବଜାର ଯାଇ ତେଲ କିଣି ଆଣୁଥିଲେ। କାହା ପାଖରୁ ଦାନ ରଖୁନଥିଲେ। ବାବାଙ୍କ ପାଖକୁ ଆସିଥିବା ଆର୍ତ୍ତ ଓ ଜିଜ୍ଞାଶୁ ଲୋକଙ୍କୁ ନିଯେ ଅନ୍ନ ପ୍ରସ୍ତୁତ କରି ପରସୁଥିଲେ। ଏହି ବାବାଙ୍କ ନିବାସ ସ୍ଥଳୀକୁ ଦ୍ବାରିକାମାୟୀ ବାବା ନାମ ଦେଇଥିଲେ।


Rate this content
Log in

Similar oriya story from Action