Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -198
ଜହ୍ନମାମୁଁ -198
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

2 Minutes   7.4K    21


Content Ranking

ନିମନ -୨


ବଦ୍ରିନାଥ ଘରେ ତା’ର ବୁଢୀ ପିଇସି ଥାଏ । ସେ ବଡ ନାକଟେକା ସ୍ୱଭାବର । କଥା କଥାକେ ସେ ଖାଲି “ଆବେ” ବୋଲି କହିବ । ବୁଢୀର କଥାବାର୍ତ୍ତା ନିମନକୁ ମୋଟେ ଭଲ ଲାଗିଲା ନାହିଁ । ସେ ଟିକିଏ ନାସ ଶୁଙ୍ଘି ବଡ ଗୋଟାଏ ଛିଙ୍କିଲା । ବୁଢୀ ତ ରାଗି ମାଗି ଅସ୍ଥିର । କହିଲା, “ଆବେ, ନାସୁଆ, ନିମନ୍, ତୋ ବିଷୟରେ ମୁଁ ବହୁତ ଶୁଣିଛି, ସେ ନାସ ଶୁଙ୍ଘା ଛାଡି ଦେ । ନିଜର ସତ୍ୟାନାଶ କରିଲୁଣି, ଅନ୍ୟମାନଙ୍କୁ ମଧ୍ୟ ଶାନ୍ତି ଦେବୁନାହିଁ । ନିଜେ ତ ସ୍ନାନ କରିନାହୁଁ । ଯା ଶୀଘ୍ର କୁଅପାଖକୁ ଯାଇ ସ୍ନାନ କରି ଆସ । ଆସିବାବେଳେ ଦୁଇଚାରି ଲୋଟା ପାଣି ଆଣିବୁ । ରୋଷେଇରେ ସବୁ ପାଣି ସରି ଯାଇଛି ।”

ନିମନ୍ ଏଥର ଆଉ କ’ଣ ବା କରେ । ନାଚାର ହୋଇ ସେ ବିଚାରା ଯାଇ ପାଣି ଉଠାଇଲା କୁଅ ବହୁତ ଗଭୀର । ପାଣି ଟାଣି ଟାଣି ତା’ ହାତ ବ୍ୟଥା । ଭାବିଲା, “ଏମିତି ଖାଇବା ଅପେକ୍ଷା ଉପାସ ରହିବା ବରଂ ଭଲ ।” ସ୍ନାନ କରି ଲୋଟାରେ ପାଣି ଭରିବା ଡେରି ହେବାରୁ ବୁଢୀ ଚିତ୍କାର କଲା, “ଆବେ ଚାରିଟା ଲୋଟା ଭରୁ ଭରୁ ତୋର ଉଦ୍ଧ୍ୱର୍ ଶ୍ୱାସ ଦେଖା ଦେଲାଣି । ପରିଶ୍ରମ ନକରି ଖାଇବା ଲୋକଙ୍କର ଏଇ ଅବସ୍ଥା । ଚାଲିଆ ଆଗ ଖାଇ ଦେ ।”

ନିମନ୍ ଖାଇବାକୁ ବସିଲା । ଭୋକ ତ ହେଉଥିଲା । ଗାଉଁ ଗାଉଁ କରି ସେ ଖାଇ ପକାଇଲା । ବୁଢୀ ପାଟି କରି କହିଲା, “ହେ, ହେ ସିଏ କ’ଣ? ଏମିତି ପଶୁଭଳିଆ କ’ଣ ଖାଉଛୁ?”

ନିମନ୍ କହିଲା “ମାଉସୀ ସମସ୍ତେ ତ ଏମିତି ଖାଆନ୍ତି ।”

ବୁଢୀ କହିଲା, “ଆବେ ଶୁଣ, ମୁଁ ଶୁଣିଲି ତୁ ରାତିରେ ବି ଏଠାରେ ଖାଇବୁ । ଏମିତି ଗାଉଁ ଗାଉଁ କରି ଖାଇଲେ ତ ସରିଛି । ଆଉ ରାତି ପାଇଁ କ’ଣ ରହିବ? ମଣିଷ ଜନ୍ମ ନେଇଛୁ । ମଣିଷ ପରି ବ୍ୟବହାର କରିବାକୁ ଶିଖ । ଏମିତି ଗୁଡାଏ ଖାଇଲେ ତତେ ଦ୍ୱିତୀୟଥର କେହି ଆଉ କ’ଣ ନିମନ୍ତ୍ରଣ କରିବ?”

ନିମନ୍ ତ ତା’ ଜୀବନରେ ଏପରି କଥା ଆଦୌ କଦାପି ମଧ୍ୟ ଶୁଣି ନଥିଲା । ଏଣୁ ସେ ବୁଢୀ କଥା ତାକୁ ବଡ ବାଧିଲା ।

ତା’ ଆଖିରେ ପାଣି ଆସିଗଲା । ସେ ଖାଇସାରି ଚୁପ୍ଚାପ୍ ଯିବାକୁ ଆରମ୍ଭ କରିଛି, ବୁଢୀ ପୁଣି କହିଲା, “ଆବେ ତୋତେ ଟିକିଏ ଲାଜ ନାହିଁ । ବିନା ପରିଶ୍ରମରେ ଖାଇବା ଯୋଗାଡ କରିନେଲୁ । ପୁଣି ଖାଇସାରି ଅଇଁଠା ପତର ଛାଡି ଯାଉଛୁ ତାକୁ ପୁଣି କିଏ ଉଠାଇବ? ଅଳସୁଆ, ବୋକା । ମୁଁ କ’ଣ ତୋ ଅଇଁଠା ଉଠାଇବି? ଶୀଘ୍ର ଯାଇ ପତର ଉଠା; ପତରକୁ ନେଇ ଦୂରରେ ପକାଇ, ଏଠାରେ ହଳଦୀ ପାଣି ପକାଇ ପୋଛ । ମୁଁ ଟିକିଏ ଧାର୍ମିକ ଲୋକ ତ ସବୁକିଛି ପରିଷ୍କାର ରଖେ । ଏମିତି ଅଇଣ୍ଠା ମଇଣ୍ଠା ଏଠି ସେଠି ପଡିବାର ଦେଖିବାକୁ ମୋତେ ଯମାରୁ ଭଲ ଲାଗେ ନାହିଁ ।”

ନିମନ୍ ତ ଅବାକ୍ । ଆଜି କାହା ହାବୁଡରେ ପଡିଲା । ତା’ ମୁହଁ ପୁରାପୁରି ବନ୍ଦ । ବୁଢୀ ଯାହା ଯାହା କହିଲା, ସେ ବିଚାରା ତରବର କରି ସବୁ କିଛି କାମ କଲା । କାମ ସବୁ ଶେଷ ହେବା ପରେ ସେଠାରୁ ସେ ଚୁପ୍ଚାପ୍ ପଳାଇଗଲା । ରାତିରେ ସେ ଆଉ ସେଠାକୁ ଆସିଲା ନାହିଁ ।

ସେହିଦିନଠାରୁ ଅନ୍ୟ ଘରେ ବିନା ପରିଶ୍ରମରେ ଚାନ୍ଦା କରି ଖାଇବା ଅଭ୍ୟାସ ନିମନ୍ ଛାଡିଦେଲା । ଏଣିକି କିଏ ନିମନ୍ତ୍ରଣ କଲେ ମଧ୍ୟ ସେ ବହୁତ ଭାବିଚିନ୍ତି କୁହେ ଯିବ ନା ନାହିଁ । ବଦ୍ରିର ପିଇସି ତାକୁ ଭଲକରି ଥରେ ଏପରି ଶିକ୍ଷା ଦେଇଛି ଯେ ସେ ତା’ର ବଦ ଅଭ୍ୟାସ ସମ୍ପୂର୍ଣ୍ଣ ରୂପେ ଛାଡିଦେଲା । ଆଜିକାଲି ସେ ପରିଶ୍ରମ କରି ନିଜେ ଶାନ୍ତିରେ ଖାଏ ।

ବଦ୍ରିନାଥ ନାକଟେକା ବୁଢୀ

Rate the content


Originality
Flow
Language
Cover design

Comments

Post

Some text some message..