ଆସିଲାରେ ଦୀପାବଳୀ
ଆସିଲାରେ ଦୀପାବଳୀ
ବରଷକ ପରେ ପହଁଚିଲା ଆସି
ଧରାଧାମେ ଦୀପାବଳୀ
ଆଲୋକର ପର୍ବ ନାମରେ ନାମିତ
ପୂଜା ପାଆନ୍ତି ମା'କାଳୀ I
ବଡ଼ବଡ଼ୁଆଙ୍କୁ ଡକାଯେ ହୋଇବ
ପିମ୍ପେଇ ଜାଳି ଦାଣ୍ଡରେ
ଅନ୍ଧାରରେ ଆସି ଆଲୁଅରେ ଯାଅ
ଥିବ ସଭିଙ୍କ ତୁଣ୍ଡରେ I
ମହାମବତୀର ମହମ ଆଲୋକ
ହୋଇଥିବ ଆଲୋକିତ
ଦୀପ ଜଳୁଥିବ ବାଣ ଫୁଟୁଥିବ
ଚତୁର୍ଦିଗ ପ୍ରକମ୍ପିତ I
ପିଠାପଣା ବାସ୍ନା ବାସି ଉଠୁଥିବ
କାହିଁ କେତେ ଘରେ ଘରେ
ଆନନ୍ଦର ପର୍ବ ଧରାକୁ ଆସଇ
ବରଷକେ ମାତ୍ର ଥରେ I
ଖୁସିରେ ସଭିଙ୍କ ମନ ନାଚିଯାଏ
ଆସିଗଲେ ଦୀପାବଳି
ଏହି ଦୀପାବଳି ଶୁଭମୟ ହେଉ
ଖେଳୁ ଖୁସିର ଲହରୀ I
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର
ମୋ-08892301143