Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ତୁମେ ଉଆପଖା ବତୁରା ଚାଉଳ

ତୁମେ ଉଆପଖା ବତୁରା ଚାଉଳ

1 min
6.7K


ତୁମେ ଉଆପଖା ବତୁରା ଚାଉଳ

 

ଆଭାକାନ୍ତ ମହାନ୍ତି

 

ତୁମେ ଉଆପଖା ବତୁରା ଚାଉଳ

       ମୁଁ ତ ଚୋପାଲଗା ଫାଳ-ବିରି,

ତୁମେ ନହକିଆ ସରୁ ଚକୁଳି ଗୋ

       ମୁଁ ତ ବାସ-ମହକିଆ ଖିରି । ୦ ।

 

ତୁମେ କାର୍ତ୍ତିକିଆ କଅଁଳା ଶୀତରେ ବଡ଼ଓଷା ଗଜମଣ୍ଡା

ମୁଁ ତ ତିଥିଛୁଆଁ ଜାଙ୍ଗୁଲି ରାତିରେ ତତଲା ତରଣ ହଣ୍ଡା

ତୁମ ଆଉ ମୋର ମେଳକ କଥାଟା

       ଚାରିଆଡ଼େ ପଡୁଛି ଗୋ ହୁରି । ୧ ।

 

ତୁମେ ମଗୁଶୁର ସୋରିଷ ଫୁଲ ଗୋ, ମୁଁ ପାଚିଲା ନୂଆ ଧାନ

ତୁମେ କାକରରେ କଅଁଳ ଖରା ଗୋ, ମୁଁ ଚାଷୀର ଗୀତ ତାନ

ଚାଲ ମିତ ପୁହାଇବା ଆଇଷକୁ

       ଛନ୍ଦେ ହୋଇ ହାତ ଧରାଧରି । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance