Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Romance

3  

ଓଡ଼ିଆ ଗଳ୍ପ ଓ କବିତା - ୩

Romance

ରାତି ତମେ ଆଣିବ କି

ରାତି ତମେ ଆଣିବ କି

1 min
7.0K


ସସ୍ମିତା ମହାପାତ୍ର


ରାତି ତମେ ଆଣିବ କି ମୋ ପ୍ରିୟଙ୍କୁ ପାଶେ ଡାକି ।

ସଜାଇବି ଶ୍ରୀ ଅଙ୍ଗକୁ ଚନ୍ଦନ କସ୍ତୁରୀ ମାଖି ।।

ଚାନ୍ଦର ଜୋଛନା ତୋଳି ସର୍ବାଙ୍ଗରେ ଦେବି ବୋଳି ।

କାମିନୀ ଫୁଲର କୋଳେ ବାସୁଥିବେ କୌତୁହଳେ ।

ତୁମେ ବି ମହକି ଯିବ ମୋ ପ୍ରୀୟଙ୍କ ଶୋଭା ଦେଖି ।।

ରାତି ତୁମେ .... ଡାକି

ମାଟିରୁ ମମତା ଆଣି ହେବି ମୁଁ ଅଙ୍କଶାୟିନୀ ।

ମୁକୁଳିତ କରବୀରେ ଶୀତଳ ବାହୁବେଷ୍ଟନୀ ।

ପ୍ରୀତି ଝରା ମଧୁରାତି ପଡିବନି କେବେ ଥକି ।।

ରାତି ତୁମେ........ ଡାକି

ସୁମଧୁର ସୁରଭିର ଝରି ସଂଗୀତ ଶେଫାଳୀ ।

ପ୍ରିୟଙ୍କ ପଦ୍ମ ନୟନ ସୁନିଦ୍ରାରେ ଦେବ ଭରି ।

ଭୁଲିଯିବେ ଦିବା ଶ୍ରାନ୍ତି କୋଳ ପରେ ମଥା ରଖି ।।

ରାତି ତୁମେ..................ଡାକି

ଏମିତି ମଧୁର ରାତି ହୋଇଯିବ ଅସରନ୍ତି ।

ସରିଯିବ ଅପେକ୍ଷା ମୋ ଲଭିବ ପରମ ଶାନ୍ତି ।

ରହିଥିବ ଆମ ସାଖୀ ପ୍ରୀତି ଝରା ଜହ୍ନ ରାତି ।।

ରାତି ତମେ........... ଡାକି


Rate this content
Log in

Similar oriya poem from Romance