Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

3  

Kalyani Nanda

Inspirational

ଅପରାଜିତ

ଅପରାଜିତ

1 min
152


ସିଏ ଜାଣିଛି

ଲକ୍ଷ୍ଯ ତାର କେଉଁଠି ? କେତେ ଦୂର ?

ଜିଦ୍ ତାର ଅଟଳ ଅପରାଜେୟ ସିଏ

ବିଜେତା ହେବାର ନିଶାରେ ଦୃଢ ପରିକର ସ୍ଥିର

ଇଚ୍ଛା ତା ଦମନ ହୋଇନି ଚଢିବାର

ଗୋଟିଏ ପରେ ଗୋଟିଏ ପାହାଚ ।

ପ୍ରବଳ ଆକାଂକ୍ଷା ତାର

ଆକାଶର କାନଭାସ ରେ ଚିତ୍ର ଆଙ୍କିବାର,

ଆକାଶ କୁସୁମ ତୋଳି ଆଣିବାର

ମୁଠା ମୁଠା ତାରା ଗୋଟେଇ ଆଣିବାର,

ଗଭୀର ସମୁଦ୍ରର ବୁକୁ ଚିରି ମୁକ୍ତା, ରତ୍ନ ସିଏ ଆଣିବ

ଜିଦ ତା ଅଟଳ ଅଚଳ

ସଫଳତା ଯେ ହାତ ମୁଠାରେ ତାର

ମନେ ଅଛି ଦୃଢ ଆତ୍ମ ପ୍ରତ୍ଯୟ ।

ସିଏ ତ ଗଢିଛି ଏଇ ସଭ୍ଯ ସମାଜ

ଅସଭ୍ୟ ମାନବ ଆଜି ହୋଇଛି ସଭ୍ଯ

ଦୁର୍ବାର ଆକର୍ଷଣ ତାର ଜିତିବାର

ଅଦମ୍ୟ ଇଚ୍ଛା ଶକ୍ତି ତାର

ସାଗରର ଗଭୀରତା ମାପିବାର

ଆକାଶକୁ ଛୁଇଁବାର

ବିହଗ ସମ ଡେଣା ମେଲି

ଅନନ୍ତ ଆକାଶର ପରିସୀମା ମାପିବାର

ସେ ଯେ ମାନବ, ସଭ୍ଯ ମାନବ ।


Rate this content
Log in

Similar oriya poem from Inspirational