କରିବ ରଣ
କରିବ ରଣ
କରିବ ରଣ
ଲଲାଟେନ୍ଦୁ କବି
କବିତା ବୀତ ନୁହେଁ, ଭବିଷ୍ୟବାଣୀ:
କହେ ସଜ୍ଜନେ ଜିନ ଜନ ବଖାଣି ||
ସନ୍ଥ ସର୍ବଗ ଶାପ କରି ବରଣ
ପାଖଣ୍ଡୀ ପାକିସ୍ଥାନ କରିବ ରଣ ||
ମତି ବିରୂପ ହେଲା ବିନାଶ କାଳେ
ନିଶିକେ ନାଶ ଯିବ ବିନା ସକାଳେ ||
ଭୂମି ତନୟ ନାହିଁ ଭଦ୍ରକ ପାଟେ;
ଭ୍ରମିତ ନୟ ନୁହେଁ ଭଦ୍ର କପାଟେ ||
ଅଣୁପ୍ରସ୍ଫୋଟ ପାଶେ ନାରାଚ ରଣ
ଅନୁପ୍ରସକ୍ତ ସେ ତ ନର ଚରଣ ||
*****
-----------------------------------------------------------------------------------
ବୀତ= ଇଚ୍ଛା[କରି]; ଜିନ= ଅତି ବୟସ୍କ; ସର୍ବଗ= ଇଶ୍ଵର[ଯେ ସର୍ବତ୍ର ଗମନ କରି ପାରନ୍ତି]; ଭୂମି ତନୟ= [ଏହି] ଭୂମିର ପୁତ୍ର; ଭଦ୍ରକ= ଅନ୍ତଃପୁର; ପାଟ= ବସ୍ତ୍ରବିଶେଷ; ନୟ= ସିଦ୍ଧାନ୍ତ; ଭଦ୍ର= ଶାନ୍ତ; କପାଟ= ଦ୍ଵାର; [ଭ୍ରମିତ (ପାକିସ୍ତାନ)ର ସିଦ୍ଧାନ୍ତ ଭଦ୍ର ଲୋକଙ୍କ ଦ୍ଵାର (ବାଟେ ଯିବା ଆସିବା)ରେ ନାହିଁ] ନାରାଚ= ଶର; ଅନୁପ୍ରସକ୍ତ= ବିଶେଷ ଆସକ୍ତ;