Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Ketan Sahu

Romance

2  

Bijaya Ketan Sahu

Romance

ମୋ ସ୍ୱପ୍ନର ଝିଅଟିଏ

ମୋ ସ୍ୱପ୍ନର ଝିଅଟିଏ

1 min
6.9K


ରଚନା- ବିଜୟ କେତନ ସାହୁ


ସୋରିଷଫୁଲର କାନ୍ତି ଯେସନେ

ଅପରୂପ ତୁମ ଶୋଭା

ନୀଳିମା ନୟନୁ ନିତି ଝରୁଥାଏ,

ପୂର୍ଣ୍ଣମୀ ଜହ୍ନର ଆଭା (୧)


ନିରବେ ନୀରତେ ଲେଖେ ମୁଁ କବିତା

ଭାବି ଭାବି ତୁମ କଥା

ତୁମରି ପ୍ରୀତି ତୁମ ପ୍ରେମଗୀତି

ପୋଛିନିଏ ମନୁ ବ୍ୟଥା (୨)


ଆରକ୍ତ ଅଧରେ ତୁମ ଲାସ୍ୟହାସ୍ୟ

ହୃଦେ କରଇ ଗୁଞ୍ଜନ

ତୁମରି ସ୍ମୃତିରେ ମୋ ହୃଦ ବନରେ

ବାଜିଉଠେ ବଂଶୀସ୍ଵନ (୩)


ସାକ୍ଷୀ ରହିଥାନ୍ତୁ ଏ ଜୀବଜଗତ

କରୁଛି ମୁହିଁ ପ୍ରତିଜ୍ଞା

ତୁମ ପାଇଁ ଯଦି ମରିଯିବି କେବେ

ପାଇବି ଜୀବନ ସଂଜ୍ଞା (୪)


ହୁରି ପଡୁଅଛି ଏ ଜଗତେ ଆଜି

ସଂସାର ଯେ ଦୁଃଖମୟ

ତୁମେ ପାଖେ ଥିଲେ ଏ ସାରା ସଂସାର

ମୋ ପାଇଁ ଯେ ସୁଖମୟ (୫)





Rate this content
Log in

Similar oriya poem from Romance