STORYMIRROR

Bijaya Ketan Sahu

Abstract Inspirational

4  

Bijaya Ketan Sahu

Abstract Inspirational

ବିଶ୍ୱଗୁରୁ ମୋ ଭାରତବର୍ଷ ହୁଅନ୍ତା କି' ଆଉଥରେ...

ବିଶ୍ୱଗୁରୁ ମୋ ଭାରତବର୍ଷ ହୁଅନ୍ତା କି' ଆଉଥରେ...

1 min
308


ଜାଗେ ଏଇ ଆଶା ମନରେ,

   ବିଶ୍ୱଗୁରୁ ମୋ ଭାରତବର୍ଷ

      ହୁଅନ୍ତା କି' ଆଉଥରେ (୦)


ମୁନିଋଷି କଣ୍ଠୁ ପୁଣି ଝରିଉଠୁ

      ବିଶ୍ବମୈତ୍ରୀ ସାମ୍ୟଗାନ

ଆର୍ଯ୍ୟକୃଷ୍ଟି ଶୁଭ ଶଙ୍ଖ ନିନାଦରେ

        ଜାଗିଉଠୁ ପ୍ରତିପ୍ରାଣ


ଦୟା, ପ୍ରେମ, ପ୍ରୀତି ପଲ୍ଲବିତ ହେଉ 

         ସର୍ଵ ଜନ ମାନସରେ...

ଜାଗେ ଏଇ ଆଶା ମନରେ...... (୧)


ପୁରୁଷୋତ୍ତମୀୟ ଐକ୍ୟ ଚେତନାରେ

          ସର୍ଵେ ହୁଅନ୍ତୁ ଦୀକ୍ଷିତ

ଐକ୍ୟତାନରେ ପ୍ରତିକଣ୍ଠ ଗାଇଉଠୁ

       ବିଶ୍ଵପ୍ରେମ ମହାମନ୍ତ୍ର


ପ୍ରବାହିତ ହେଉ ବିଭୁଭକ୍ତି ଗଙ୍ଗା

       ପ୍ରତି ହୃଦୟ କନ୍ଦରେ

ଜାଗେ ଏଇ ଆଶା ମନରେ...... (୨)

    

ସର୍ଵ ଜନଗୃହେ ନିବାସ କରନ୍ତୁ

        ପଦ୍ମାଳୟା, ଜଗନ୍ନାଥ 

ଶ୍ରୀମନ୍ଦିର ସମ ହେଉ ପରିବାର

         ଶାନ୍ତି ବିରାଜୁ ନିରତ


ଆର୍ଯ୍ୟକୃଷ୍ଠି ଚେତନାର ଲହୁ

    ଖେଳୁ ପ୍ରତି ଧମନୀରେ...

ଜାଗେ ଏଇ ଆଶା ମନରେ...... (୩)


ଗୁରୁ, ପିତା, ମାତା, ମାତୃଭୂମି ଭକ୍ତି

      ଜନେ ଧ୍ୟେୟ ହେଉ ସଦା

ସ୍ଵାମୀଭକ୍ତିରେ ଯେ ତଲ୍ଲୀନ ହୋଇ

     ନାରୀ ହେଉ ପତିବ୍ରତା


ଊର୍ଜ୍ଜୀ ଗୌରଵେ ପ୍ରତିଟି ପୁରୁଷ

    କରୁ ଇଷ୍ଟ ପ୍ରତିଷ୍ଠାରେ.....

ଜାଗେ ଏଇ ଆଶା ମନରେ...... (୪)


ପୁଣି ଆଉଥରେ ପ୍ରଭୁ ନାରାୟଣ

    ବୈକୁଣ୍ଠ ଧାମକୁ ତେଜି

ଓହ୍ଲାଇ ଆସନ୍ତୁ ଭାରତମାଟିରେ

    ନର ଅବତାର ସାଜି


ସେହି ପ୍ରଭୁଙ୍କର ଶ୍ରୀପାଦ ପରଶେ

   ଧନ୍ୟ ହେଉ ଏ ଭୂମିରେ

ଜାଗେ ଏଇ ଆଶା ମନରେ...... (୫)


ଶ୍ରୀକୃଷ୍ଣଙ୍କ କମ୍ବୁକଣ୍ଠେ ଝରିପଡୁ

      ଆଉଥରେ ଗୀତାମୃତ

ବିଶ୍ଵବ୍ୟାପୀ ତାଙ୍କ ଶ୍ରୀରୂପ ଦର୍ଶନେ

     ବିଶ୍ୱ ହେଉ ବିମୋହିତ


ସଂସ୍ଥାପିତ ହେଉ ଏକ ନଵଯୁଗ

     ସତ୍ୟ-ଧର୍ମ ପ୍ରତିଷ୍ଠାରେ .....

ଜାଗେ ଏଇ ଆଶା ମନରେ...... (୬)


ବେଦ ବେଦାନ୍ତର ଜ୍ଞାନରେ ଭାରତ

   ପୁଣି ହେଉ ମହିୟାନ

ସକଳ ଶିଳ୍ପ ପ୍ରଯୁକ୍ତି ବିଜ୍ଞାନେ

    ଦେଶ ହେଉ ଗରୀୟାନ


ସ୍ବର୍ଗୀୟ ସୁଖ ଶାନ୍ତି ସମୃଦ୍ଧି

   ଭରିଯାଉ ଭାରତରେ...

ଜାଗେ ଏଇ ଆଶା ମନରେ...... (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract