Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Ketan Sahu

Others

2  

Bijaya Ketan Sahu

Others

ଚିଠିଟିଏ ବିରହୀଣୀର

ଚିଠିଟିଏ ବିରହୀଣୀର

1 min
5.0K


ରଚନା:- ବିଜୟ କେତନ ସାହୁ

**********

ଉଡିଯାରେ କଳାମେଘ

ନୀଳାଦ୍ରି ଶିଖର

କାଳିଆ ପାଖରେ ଦେବୁ

ଏ ଚିଠିକୁ ମୋର (0)

ରିମିଝିମି ହୋଇ ବରଷିଣ ତୁହି

ପୟରେ ପ୍ରଣାମ ଜଣାଇଦେବୁ |

ମୋ ଦୁଃଖ ବେଦନା ମନ୍ଦମଳୟରେ

ତା' କାନ ପାଶେ ଗୋପନେ କହିବୁ ||

ବିରହୀଣୀ ହୋଇ ଚାହିଁ ମୁଁ ବସିଛି |

ଶ୍ରୀଗୀତଗୋବିନ୍ଦ ତା'ପାଇଁ ଗାଉଛି ||

ତା'ର ଲାଗି ରଚିଅଛି ନବ ଅଭିସାର |

ଉଡିଯା'ରେ କଳାମେଘ ନୀଳାଦ୍ରି ଶିଖର.....(1)

ଗନ୍ଧଚନ୍ଦନରେ ହୋଇଣ ସୁବେଶ

ଛଡା ତୁଳସୀ ମୁଁ ଗଭାରେ ନାଇଛି |

ଶ୍ରୀପାଦଯୁଗଳ ଧୋଇଦେବି ବୋଲି

ନୟନର ଅଶ୍ରୁ ସାଇତି ରଖିଛି ||

ଆହାରେ ବିହାରେ ଅବା ଶୟନରେ,

ପ୍ରାଣେ ପ୍ରତିକ୍ଷଣେ ତା'କୁ ମୁହିଁ

ଝୁରେ ||

ସେ କଳାଠାକୁର ଏକା ମୋର ପ୍ରାଣେଶ୍ୱର |

ଉଡ଼ିଯା'ରେ କଳାମେଘ ନୀଳାଦ୍ରି ଶିଖର ....(2)

*****


Rate this content
Log in