ମିଛେଇ
ମିଛେଇ
ଭାବିଥିଲି ତୁମେ
ପୂର୍ଣ୍ଣିମା ରାତିର ଜୋଛନା
କାହିଁକି ହେଲ ଅମାବାସ୍ୟା ଜହ୍ନ
କରିଦେଲ ଏତେ ଛଳନା ।
ମୋ ମନ ବଗିଚାର
ତୁମେ ଥିଲ ରଙ୍ଗୀନ ପ୍ରଜାପତି
କିଏ ଜାଣିଥିଲା ଏଣ୍ତୁଅ ପରି
ରଙ୍ଗ ବଦଲାଇବ ନିତି ।
ଆଶା ଥିଲା ଆଷାଢ ବରଷାରେ
ହୃଦୟ ଉପବନ ହେବ ପୁଲକିତ
ବର୍ଷା ସାଙ୍ଗେ ଦେଲ ବଜ୍ରାଘାତ
ମନ ହେଲା ବିଖଣ୍ଡିତ ।
ଭାବିଥିଲି ପ୍ରେମ ମୋର
ମଧୁଭରା ମଧୁରସ
କିଏ ଜାଣିଥିଲା ଅମୀୟ ଭିତରେ
ଢାଳିଦେବ ଟୋପାଏ ବିଷ ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା