Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

4  

Disambar Meher

Others

ସ୍ଵପ୍ନ

ସ୍ଵପ୍ନ

1 min
228



ସଭିଏଁ ଦେଖନ୍ତି ସ୍ଵପ୍ନ ରାତିରେ

ମୁଇଁ ଦେଖେ ଦିନ ବେଳା

ସ୍ଵପ୍ନ ଦେଖେ ଜୀଇଁବାର

ଗଣ୍ତେ ପଖାଳ ଓ ଶାଗ ।


ସଂଘର୍ଷ ଚାଲିଛି ଜୀବନ ଯୁଦ୍ଧରେ

ହାରିବା ଡର ନାହିଁ, ଜିତିବାର ଆଶା ନାହିଁ

ତଥାପି ନିରସ୍ତ୍ର ହସ୍ତେ କରୁଛି ଲଢେଇ

ଟିକିଏ ବଞ୍ଚିବା ଲୋଭରେ ।


ସ୍ଵପ୍ନ କେବେ ଦେଖିନି ଭୋଗ ବିଳାସର

ଛଅ ତିଅଣ, ନଅ ଭଜାର

ଦେଖିଛି ଭୋକିଲା ପେଟର ସ୍ପନ୍ଦନ

ଲୁହ ଲହୁର କ୍ରନ୍ଦନ ।


ଏ ଅଦିନିଆ ବର୍ଷା ଆଖିରୁ 

କେବେ ହେବ ବନ୍ଦ ?

କେବେ ଖୋଲିବ ଲକଡାଉନ୍ ?

କେବେ ଜଳିବ ଚୁଲି ?


ସ୍ଵପ୍ନ କେବେ ହେବ ସତ

ପୁଅ ମୋ କେବେ ଖାଇବା ତପ୍ତଭାତ

ଦେଖି ଦେଖି ଶୁଖିଗଲାଣି ଘରଣୀର ଲୋତକ

ହେ ବିଧାତା !ତୋର କେମନ୍ତ ବିଚାର ।








Rate this content
Log in