ଲୁହ
ଲୁହ
ମୁଁ କାଗଜ ଡଙ୍ଗାଟେ ଭସେଇଲାବେଳେ
ତୁ ଲୁହ ଟୋପେ ଦେଲୁ,
ଟୋପେ ଲୁହରେ ଜୀବନ ଭାସିଯିବ ଲୋ
କାଗଜ ଡଙ୍ଗା ନୁହେଁ,
ଦର ଆଉଜା କବାଟ ଫ୍ଯାନକରେ
ମୁଁ ସେମିତି ଠିଆହୋଇଥିଲି
ଖରା , ବର୍ଷା, ଶୀତରେ ତୁ ନାଡାକିବା ଯାଏଁ,
ତୋ ଓଢଣା ତଳେ ଦେଖୁଥିବୀ
ସାତରଙ୍ଗି ଇନ୍ଦ୍ରଧନୁ
ଜୀବନଠାରୁ ସପନ ବେଶି ନିଜର ଲୋ
ତୋ ଲୁହ ଟୋପେ ମାଟି ଛୁଇଁବ ଆଗରୁ
ନିଜର କରିବା ମୋ ଆଖି
ବାସ ତୁ ଖାଲି ତୋ
ଓଢଣା ତଳେ ମୋତେ
ଲୁଚାଇ ରଖିଥା ଜୀବନସାଥୀ