Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Inspirational Abstract Others

1.0  

Pramod Kumar Jena

Inspirational Abstract Others

ସାଙ୍ଗକୁ ପଦେ

ସାଙ୍ଗକୁ ପଦେ

1 min
6.8K


ଏ ସାଙ୍ଗ

ବେଳ ଦେଖି ଆସୁଥିବୁ....

ଖୁଦ ପାଣି ପିଇ ପାଖେ ପାଖେ ବସି

ପଛ କଥା ବଖାଣିବୁ ...... (1)

ଏ ସାଙ୍ଗ

ବୟସ ଆସିବ ମାଡି......

ପଛ କଥା ଯେତେ ମନେ ପକାଇବା

ଲାଗୁଥିବ ଟୋକା ଭଳି..... (2)

ଏ ସାଙ୍ଗ

ପର କଥା ନ ଶୁଣିବୁ.....

ଏ କାନରେ ଶୁଣି ସେ କାନେ ଉଡେଇ

ରାଗିବୁନି ହସିଦେବୁ........ (3)

ଏ ସାଙ୍ଗ

ପର ବୋଲି ନ ଭାବିବୁ.....

ରୋଗ ବଇରାଗେ କଷ୍ଟ ପାଉଥିଲେ

ପିଠିକୁ ଆଉଁସି ଦେବୁ......... (4)

ଏ ସାଙ୍ଗ

ଯିବା ବେଳେ ଠିଆ ହେବୁ........

ତୋ କାନ୍ଧରେ ଗଲେ ଆର ଜନମକୁ

ମୋ ସାଙ୍ଗରେ ଭେଟ ହେବୁ....... (5)


Rate this content
Log in

Similar oriya poem from Inspirational