ତୁମରି ପ୍ରେମରେ
ତୁମରି ପ୍ରେମରେ
ନିଜକୁ ଆଜିମୁଁ ହଜେଇ ଦେଇଛି
ତୁମରି ପ୍ରେମରେ
ତୁମରି ଛବିକୁ ଆଙ୍କୁଅଛି ନୀତି
ମନ ଆଇନାରେ ।
ସବୁ ଦିନ ମୋର ବିତି ଯାଉଅଛି
ତୁମ ଭବନରେ
ସବୁ ରାତି ମୋର କଟି ଯାଉଅଛି
ତୁମ ସପନରେ ।
ତୁମ ସାଥେ ମୁହିଁ କଥା ହେଉଅଛି
ଆଖି ଇସାରାରେ
ଗୁଣୁ ଗୁଣୁ ହୋଇ ଗୀତ ଗାଉଅଛି
କେତେ ବେସୁରାରେ ।
ତୁମେତ ଆସୁଛ ଭାବନାକୁ ନେଇ
ସକାଳ ସଞ୍ଜରେ
ତୁମେ ଯେ ରହିଛ ସାଥିରେ ମୋହର
ଆଖି ପଲକରେ ।
ପ୍ରେମର ନଅର ତୋଳି ମୁଁ ସାରିଛି
ତୁମରି ସାଥିରେ
ନିଜକୁ ଆଜି ମୁଁ ହଜେଇ ଦେଇଛି
ତୁମରି ପ୍ରେମରେ ।