STORYMIRROR

DEEPAK KUMAR PATRA

Inspirational

4  

DEEPAK KUMAR PATRA

Inspirational

ମାଆ

ମାଆ

1 min
277

ଜୀବନର ପ୍ରତିଟି ପାହାଚେ

ତୁମକୁ ହିଁ ଖୋଜେ ମା

ମୋର ପ୍ରତିଟି କାର୍ଯ୍ୟରେ

ତୁମର ହିଁ ନାମ ମା ।

ମତେ ପ୍ରତ୍ୟହ ଅନୁଭୂତ ହୁଏ

ତୁମରି ଅଭାବଟା ମା

ମୋର ପ୍ରତିଟି ନିଶ୍ବାସେ

ମୋର ପ୍ରତିଟି ବିଶ୍ବାସେ

ବାରିହୋଇ ପଡ଼େ

ତୁମରି ଦରଦଟା ମା ।

ଯେତେବେଳେ ଝୁଣ୍ଟିପଡେ

ତୁମ ନାମ ହିଁ ଆସିଯାଏ

ଯେତେବେଳେ ଖୁସି ହୁଏ

ତୁମ ଖୁସି ମୋ ଖୁସିରେ ମଜ୍ଜିଯାଏ ।।

ଯେତେବେଳେ ଅନ୍ଧାରକୁ ଦେଖି

ଡରି ଯାଉଥାଏ 

ତୁମ ପଣତକାନି ଘୋଡେଇ

ଅଭୟ ପ୍ରଦାନ କର ||

ମୋ ଖୁସିରେ ତୁମେ ବି ଖୁସି ହୁଅ 

ଦୁଃଖରେ ଦୁଃଖି ହୁଅ 

ନିଃସ୍ୱାର୍ଥ ପ୍ରେମରେ ବାନ୍ଧି

ସ୍ନେହ, ମମତା ଅଜାଡି ଦିଅ II 

ଯାହାଅଛି ମୁଁ ଆଜି

କେବଳ ତୁମରିପାଇଁ

ତୁମେ ଯେ ମୋର ପ୍ରଥମ ଇଶ୍ଵର

ପ୍ରଥମ ଗୁରୁ ମୋର ତୁମେ ହିଁ ।।

ସ୍ନେହ , ପ୍ରେମ ,ମମତାରେ ଭରା

ଜୀବନ୍ତ ପ୍ରତିମା ଟିଏ

ମୋ ପାଇଁ ତୁମେ ଚଳନ୍ତି ଠାକୁର

ରକ୍ତ ମାଂସର ମୂର୍ତ୍ତିଟିଏ ।।


Rate this content
Log in

Similar oriya poem from Inspirational