ଅକଲ ମକଲ ଟକଲ ଟିଆଁ
ଅକଲ ମକଲ ଟକଲ ଟିଆଁ
ଅକଲ ମକଲ ଟକଲ ଟିଆଁ
ହନୁ ମାଙ୍କଡ ମାରଇ ଡିଆଁ ।
ଖେଏଁ ଖେଏଁ ହୁଏ ମଥାନେ ବସି
କାଙ୍କଡ ଖାଏ ସେ ବାଡିରେ ପଶି ।
ଆଖିରେ ପିନ୍ଧି ସେ କଳା ତଷମା
ଲୋକଙ୍କୁ ଦେଖାଏ କେତେ ଚକମା ।
ହାତେ ଧରିଥାଏ କଦଳୀ ଫେଣା
କରେନା କେବେ ସେ ମନଟି ଊଣା ।
ଏ ଡାଳୁ ସେ ଡାଳ ମାରଇ ଡିଆଁ
ଡର ଭୟ ନାହିଁ ଅବା ଛାନିଆଁ ।
କେତେ ଚାଳଘର ନିତି ଭାଙ୍ଗଇ
ପିଲାଙ୍କୁ ଦେଖିଲେ ମୁହଁ ମୋଡଇ ।
ବାଙ୍କ ଅଜା ଯେବେ ଦେଖାନ୍ତି ବାଡି
ରାଗେ ତମତମ ଆସଇ ମାଡି ।
ନେଇଯାଏ କେବେ ତାଙ୍କର ଟୋପି
ନିଜ ମୁଣ୍ଡେ ଦିଏ ଯତନେ ଥାପି ।
ଦେଖାଏ ଠାଣି ସେ କଥା ମଧୁର
କଳାମୁହଁ ତା'ର ଭାରି ସୁନ୍ଦର ।
ସଞ୍ଜ ଗଡିଗଲେ ଘରକୁ ଯାଏ
ମାଆ ତା'ର ବାଟ ଚାହିଁକି ଥାଏ ।
କେତେ ମକଦ୍ଦମା ତା' ନାମେ ହୁଏ
କେତେ ଗାଳି ମାଡ ନିତି ସେ ଖାଏ ।
ମାଆ ତା'ର ଯେତେ କରନ୍ତି ମନା
କେଉଁ କଥାରେ ତା' ଯାଏ ଆସେନା ।
ଦୁଷ୍ଟାମି ତାଆର ବଢଇ ସିନା
ଭାବନ୍ତି ମା' କେବେ ହୋଇବ ସୁନା ।।