ବୃକ୍ଷ ହିଁ ଜୀବନ
ବୃକ୍ଷ ହିଁ ଜୀବନ
ଭଲ କାମ ଯଦି କରିବାକୁ ହୁଏ
ରୋକି ପାରିବନି ଧନ
ଅବାଧରେ ଭଲ କାମ ହୋଇଯାଏ
ଲୋଡ଼ା ଖାଲି ଗୋଟେ ମନ...
ନିଷ୍ଠା ଯଦି ଥାଏ ଭଲ କାମ ପାଇଁ
ବୁଦ୍ଧି ଆପେ ମିଳିଯାଏ
ନିର୍ବିଘ୍ନରେ ସବୁ କାମ ହୋଇଯାଏ
ବିପଦ ଆସି ନଥାଏ....
ସମସ୍ତେ ଜାଣନ୍ତି ବୃକ୍ଷ ହିଁ ଜୀବନ
ମାନବ ସମାଜ ପାଇଁ
ବୃକ୍ଷ ବିନା କେହି ଏଇ ସମାଜରେ
ବଞ୍ଚି ପାରିବେ ନାହିଁ...
ନିଜ ସ୍ୱାର୍ଥ ପାଇଁ ପୃଥିବୀ ପୃଷ୍ଟରୁ
ବୃକ୍ଷ କାଟିବାରେ ଲାଗିଛ
ନିଜ ସନ୍ତାନର ଭବିଷ୍ୟତ ପାଇଁ
ବିପଦ ଥୋଇ ଯାଉଛ....
ଯଦି ଭଲ ପାଅ ନିଜ ସନ୍ତାନକୁ
ତାଙ୍କ ପାଇଁ କିଛି କରିବ
ଏ ଧରାପୃଷ୍ଠରେ ବୃକ୍ଷ ଲଗାଇ
ଭଲ ପରିବେଶ ଥୋଇବ,,,,
ବାପା ମାଆ ହେବାର ପ୍ରମାଣ ଦେଇ
ପିଲା ପାଇଁ କିଛି କରିବ
ଏ ଧରାପୁଷ୍ଠକୁ ବୃକ୍ଷମୟ କରି
ଇତିହାସ ଗୋଟେ ରଚିବ,,,,
।।ନିରଞ୍ଜନ।।