Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Inspirational

4  

Maheswar sahoo

Inspirational

ଖାଦ୍ୟ ହଜାଇଲା ସ୍ୱାଦ

ଖାଦ୍ୟ ହଜାଇଲା ସ୍ୱାଦ

1 min
413


ବୃଦ୍ଧ ଜେଜେ ବାପା,         ଆମର ଜେଜେମା,

କୁହନ୍ତି ଅତୀତ କଥା ।

ଅମୃତ ସମାନ,            ଦ୍ରବ୍ୟ ଭୁଞ୍ଜୁ ଥିଲେ,

ନଥିଲା ରୋଗର ବ୍ୟଥା ।।

ଆଜି ସେ କୁହନ୍ତି,           ଆମେ ଖାଉଥିବା,

ଖାଦ୍ୟ ହଜାଇଲା ସ୍ୱାଦ ।

ପରିବେଶ ଚାପେ,           ଦୂଷିତ ବାୟୁରେ,

ମୂର୍ତ୍ତିକା କରଇ ଖେଦ ।।

ପନ୍ୟ ଦ୍ରବ୍ୟ ଆଜି,           ହରାଇଲା ସ୍ୱାଦ,

ରସାୟନ ସାର ପାଇଁ ।

କୀଟ ନାଶକରେ,            ବଢୁଛି ଫସଲ,

ସୁସ୍ଥ ଦ୍ରବ୍ୟ କିଛି ନାଈଁ ।।

ଫଳ କିଣାଯାଏ,            ବିଷ ପ୍ରଲେପରେ,

ସ୍ୱାସ୍ଥ୍ୟ ହାନି କରି ଥାଏ ।

ବାସ୍ନା ନାହିଁ ବୋଲି,          ଅନ୍ନ ବ୍ୟଞ୍ଜନରେ,

ଜେଜେ ଆମ କହିଥାଏ ।।

ଆଳୁ ବାଇଗଣ,            ଭେଣ୍ଡି ଲାଉ ସାରୁ,

କୋବି ବିଟ ଓ ଗାଜର ।

ସବୁ ପରିବାର,              ସ୍ୱାଦ କମୁଅଛି,

ବାସ୍ନା ହୀନ ଭୋଜନର ।।

ମାଛ ମାଂଶ ଅଣ୍ଡା,           ରସାୟନ ଦାନା,

କରିଥାଏ ପରିପୃଷ୍ଟ ।

ରୋଗ ସୃଷ୍ଟି ପାଇଁ,           ମୁଖ୍ୟ କାରକଯେ,

ଶରୀର କରଇ ନଷ୍ଟ ।।

ମାଟି ମାଆ ପରା,           କାନ୍ଧଇ ଆତୁରେ,

ଉର୍ବର ହୀନତା ପାଇଁ ।

ଚାହିଦା ବଢ଼ିଲା,           ଖାଦ୍ୟ ଶସ୍ୟ ଆଜି,

ଜନ ସଂଖ୍ୟା ବୃଦ୍ଧି ଚାହିଁ ।।

**************

ଲେଖକ (ମହେଶ୍ୱର ସାହୁ)

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in

Similar oriya poem from Inspirational