କାଳିଆ ଠାକୁର
କାଳିଆ ଠାକୁର
ଚାହିଁଲେ ମୁଁ ତୋତେ ଗେଲ କରୁଅଛି
ରାଗିଲେ ଦେଉଛି ଗାଳି
ନିଜେ କହ ତୁହି କିଏ ସେ ସହିବ
କିଏ ହେବ ତୋହ ଭଳି?
ହେଉ ପଛେ ତାହା ରକତ ସମ୍ପର୍କ
ଥାଉ ପଛେ ଭାବ ଡୋର
ପାନରୁ ଟିକିଏ ଚୁନ ଖସି ଗଲେ
ହୁଏ ବିଚିତ୍ର ପ୍ରକାର
ସ୍ୱାର୍ଥର ରଜ୍ଜୁରେ ବାନ୍ଧି ହୋଇ ସିନା
ସଂସାରଟା ଚାଲୁଥାଇ
ହାତେ ମାପି ମଧ୍ୟ ଚାଖଣ୍ଡେ ଚାଲିଲେ
ତଥାପି ନିସ୍ତାର ନାହିଁ
କବିତାରେ ନୁହେଁ ଅନ୍ତରରୁ କହେ
ତୁ ଏକା ଅଟୁ ନିଜର
ଏ ଭଳି ଭାବନା ମୋ ମନେ ରଖିଥା
ଆରେ କାଳିଆ ଠାକୁର
ଚିତ୍ତ ରଞ୍ଜନ ଲେଙ୍କା (କଟକ)©