Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Abstract

3  

Geeta Sarangi

Abstract

ଜୀବନ ଗୀତା-୪୫୦

ଜୀବନ ଗୀତା-୪୫୦

1 min
462


ସମୟର ମୁଦ୍ରା ବଦଳୁଥାଏ

ବଦଳିବି ଯାଏ ମାତ୍ରା

ଜନମରୁ ମୃତ୍ୟୁ କେତେ ବାଗରେ

ଚାଲେ ଏ ଜୀବନଯାତ୍ରା ।

ଆୟତ୍ତରେ କାର ରହେନା ସେ କେବେ

ଅଣାୟତ୍ତ ହୋଇ ଧାଏଁ

କେତେ ଖାଲଢିପ ଭୋଗ ଅନିଭୋଗ

ମଥାପାତି ସବୁ ସହେ

ସେଇଥି ପାଇଁ ତ ଏତେ ଆପଣା

ଲାଗେ ଏ ଜୀବନଯାତ୍ରା ।

ସଂସାର ଭିତରେ କେତେ ପରକାରେ

ଅଭିନୟ କରୁଥାଏ

ପରଦା ପଡିବା ଆଗରୁ ମୁହଁରୁ

ରଙ୍ଗ ଯଦି ଛାଡିଯାଏ

ଅସଲ ଚେହେରା ରଙ୍ଗ ଅପେକ୍ଷା

ବଢାଏ ଆନନ୍ଦ ମାତ୍ରା ।



Rate this content
Log in

Similar oriya poem from Abstract