STORYMIRROR

Samita Swain

Abstract Classics

4  

Samita Swain

Abstract Classics

ମା' ଆମେ ପରା ସରଗଠୁ ବଡ

ମା' ଆମେ ପରା ସରଗଠୁ ବଡ

1 min
388

ମାଆ ଆମେ ପରା ସରଗ ଠୁ ବଡ

ସାଗର ଠାରୁ ଗଭୀର

ସଂପର୍କ ର ଅର୍ଥ ବୁଝିପାରୁ ଆମେ

ସମସ୍ତେ ଆମ ନିଜର।।


ଡରିବାନି କେବେ ହାରିବାନି କେବେ

ମାଆ ଆମେ ସର୍ବସଂହା

ଜୀବନ ଯଜ୍ଞର ସବୁ ଯାତନା କୁ 

କରିଦେବା ଆମେ ସ୍ବାହା।।


ଦୁଃଖ ର ଗରଳ ପିଇଦେବା ଆମେ

ଅମୃତର ସମ ମଣି

ଆମରି ଗର୍ଭରେ ସାଇତା ଯେ ଥିଲା

କେତେ ମୂଲ୍ୟବାନ ଖଣି।।


ସେ ସବୁ ଦରବ ଆମର ଗରବ

ତାଙ୍କୁ ଯେ ସୁରକ୍ଷା ଦେବା

ଆଗାମୀ ଦେଶର ଭବିଷ୍ୟତ ପାଇଁ 

ସୁଚାରୁ ରୂପେ ଗଢିବା।।


ଅନ୍ୟାୟ ଅନୀତି ସହିବାନି ଆମେ

ସଦା ସତ୍ ପଥେ ଯିବା

ଏକତା ସୁତ୍ରରେ ବାନ୍ଧିକି ସଭିଙ୍କୁ

ପ୍ରେମ ଆମେ ଶିଖାଇବା।।


ନିରାଶ୍ରୟ ବୃଦ୍ଧ ପିତାମାତା ଙ୍କର

ଆଖି ଲୁହ ପୋଛିଦେବା

ଶ୍ରଦ୍ଧା ଅନ୍ତରରେ ମମତା ଭାବରେ

ଓଠେ ହସ ଫୁଟାଇବା।।


ମାଆ ପରା ଆମେ ଦୁର୍ଗାଙ୍କର ରୂପ

ପାପ ବିନାଶ କରିବା

ମଣିଷ ରୂପିସେ ମହିଷାସୁରଙ୍କୁ

ନିଧନ ଯେ କରିଦେବା।।


ଜୀବନ ସଂଗ୍ରାମେ ସାହସର ସହ

ଲଢେଇ ଆମେ କରିବା

ଅସୀମ ଶକ୍ତି କୁ ପ୍ରଦର୍ଶନ କରି

ଯୁଦ୍ଧ ଜୟୀ ଆମେ ହେବା।।



Rate this content
Log in

Similar oriya poem from Abstract