Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshya Panda

Romance Fantasy

4.9  

Akankshya Panda

Romance Fantasy

ସ୍ମୃତିର କାନ୍ଥରେ

ସ୍ମୃତିର କାନ୍ଥରେ

1 min
401


ଶୀତରାତିର ଅନ୍ଧକାରରେ

ହଜେଇ ଦେଉଥିଲେ ନିଜକୁ ଶୀତଳ ଜହ୍ନର ଜୋଛନାରେ 

ମତେ କୋଳେଇ ନେଇ ,

ଢାଙ୍କିଦିଅ ତୁମ ଶରୀର ଉଷ୍ମତାରେ

କ୍ଷଣକ ପାଇଁ ନିଶ୍ଚଳ ହୋଇଯାଏ ମୋ ସ୍ନାୟୁ ତୁମ ଓଠର ସ୍ପର୍ଶରେ ,

ଭରିଦିଅ ମୋ ହୃଦୟର ସବୁ ଉପତ୍ୟାକା ତୁମ କାମନାର ବାସ୍ନାରେ,

ପୁଣି ହରାଇ ବସୁଥିଲି ମୋ ସତ୍ତା

ଶୁଣି ତୁମ ସ୍ପନ୍ଦନରେ ଥିବା ଅଶ୍ରୁତ ସଙ୍ଗୀତର ମୂର୍ଚ୍ଛନାରେ ।

                     

କେଜାଣି ଏମିତି କେତେ ସ୍ମୃତି ଆଙ୍କି ହୋଇରହିଛି 

ହୃଦୟର କାନ୍ଥରେ ,

ପ୍ରତି ମୁହୂର୍ତ୍ତରେ ଗୋଟିଏ ହିଁ ପ୍ରତିବିମ୍ବ ଉଙ୍କିମାରେ 

ଏ ମନର ଆଇନରେ,

ତଥାପି ବଞ୍ଚିବାକୁ ଚେଷ୍ଟା କରେ ମୋ ବାସ୍ତବତାରେ 

ଯୋଡିବାକୁ ଚେଷ୍ଟାକରେ ମୋ ହୃଦୟର ଭଗ୍ନାବିଶେଷକୁ 

ତମେ ଦେଇଯାଇଥିବା ଅନ୍ଧକାରରେ ।


ଆଜି ଏ ଜହ୍ନର ଜୋଛନା ଆଉ ମିଛ ପ୍ରତିଶୃତି ନେଇ ଆସୁନି 

କେବଳ ଭେଟିଦେଇଯାଏ ତ ଆମ ଅନ୍ତରଙ୍ଗ ମୁହୂର୍ତ୍ତର

କିଛି ସ୍ମୃତି ,

ପୁଣି ଅନ୍ତର୍ନାଦରୁ ମୋ କୋହ ସବୁ 

ଦି ଟୋପା ଅଶ୍ରୁଧାରରୂପେ ଝରିପଡେ଼ ମୋ ସୂକ୍ଷ୍ମ ପରଦାରେ ।


 



Rate this content
Log in

Similar oriya poem from Romance