Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଆମ ଶ୍ରୀମତୀ କିଛି କମ୍ ନୁହନ୍ତି

ଆମ ଶ୍ରୀମତୀ କିଛି କମ୍ ନୁହନ୍ତି

1 min
6.7K


ଆମ ଶ୍ରୀମତୀ କିଛି କମ୍ ନୁହନ୍ତି

 

ରାଜେଶ କୁମାର ଜୈନ୍ (ଶାନ୍ତି ରାଜେଶ)

 

ଆମ ଶ୍ରୀମତୀ କିଛି କମ୍ ନୁହନ୍ତି

ଏକାକୀ ସବୁ କରନ୍ତି

ସକାଳୁ ଅଳିଆ ଘରଦ୍ୱାର ସଫା

ବାହାରିଯାଏ ତାଙ୍କ ଦଫା

ସ୍କୁଲ୍ ପାଇଁ ପିଲାଙ୍କୁ ରେଡି

କାମ କରୁଥାନ୍ତି ଉଡ଼ି ଉଡ଼ି

ତିନିବେଳାର ତିଆରି ଭୋଜନ

ଆଉ କେଉଁଠାରେ ନଥାଏ ମନ

ବାସନ ମାଜି ଲୁଗାପଟା ସଫା

ଦରକାର ନାହିଁ ଚାକର, ଧୋବା

ଶାଶୁଶଶୁରଙ୍କ ସେବାଠାରୁ ଠାକୁରପୂଜା

ଲାଗେନାହିଁ ତାଙ୍କୁ କିଛି ସଜା

ସେଇଥିପାଇଁ ତ ଘରର ରଜା

ଆମ ଶ୍ରୀମତୀ କିଛି କମ୍ ନୁହନ୍ତି ।

 

ଜିନିଷପତ୍ର କିଣାଠାରୁ ଅତିଥି ସତ୍କାର

ଖବରକାଗଜରୁ ନେଇ କ୍ଷୀରବାଲାର

ହିସାବ କରନ୍ତି ସବୁ ହୋଇ ଧୀର

ଚାକର, ପୂଜାରୀ, ପୂଜକ, ଆକାଉଣ୍ଟାଣ୍ଟ କାମ

ଏକାକୀ କରନ୍ତି ନେଇ ହରିନାମ

ଆମ ଶ୍ରୀମତୀ କିଛି କମ୍ ନୁହନ୍ତି ।

 

ଭାଇ କେହି ଜଣେ ହୋସିୟାରି

ସୂକ୍ଷ୍ମ ଭେଜାରେ ପୂରେଇଦିଅନ୍ତି ଥିଇରି

ଭାଉଜ ଆପଣଙ୍କ ସାଲାରୀ

ପଇସା କଥା ଶୁଣିଲେ ନୁହନ୍ତି କାହାରି

୧୪୪ ଧାରା ହୋଇଯାଏ ଜାରି

ଦାବି ପୂରଣ ପାଇଁ କରନ୍ତି କାମଛାଡ଼ ଆନ୍ଦୋଳନ

ଯଦି ଶ୍ରୀମତୀଙ୍କ ଦରମା ପ୍ରଥାର ହୁଏ ପ୍ରଚଳନ

ଫେଲ୍ ହୋଇଯିବ ଘରୋଇ ବଜେଟ୍ ର ଆକଳନ

ପରମାଣୁ ଠାରୁ ଅଧିକ ହେବ ବିସ୍ଫୋରଣ

ଜଳିଯିବ ଘରର କୋଣ ଅଣୁକୋଣ ।

 

ଭାଇ ଘର କଥା ଘରେ ଯାଉ ରହି

ଆପଣଙ୍କୁ ଦେବି ସଜେସନ୍ ସହିସହି

ବୁଲେଇ ନେବେ ପ୍ରତି ରବିବାର

ଗୁପ୍ଚୁପ୍, ଚାଉମିନ୍, ଚାଟ୍ ଦେବେ ଆହାର

ମାସକରେ ଗୋଟାଏ ପିକ୍ଚର୍

ବର୍ଷକୁ ଚାରିଖଣ୍ଡ ନୂଆ ଶାଢ଼ୀ ଉପହାର

ତେବେ ଯାଇ ଶାନ୍ତିରେ ରହିବ ପରିବାର

ସବୁଠାରୁ ବଡ଼ ଉପଚାର

ମଝିରେ ମଝିରେ କିଣନ୍ତୁ ଅଳଙ୍କାର

ମିଠା କଥାରେ କରନ୍ତୁ ବ୍ୟବହାର

ହସରେ ଖେଳିଯିବ ସଂସାର

ସବୁ ଘରଣୀଙ୍କୁ ଏତିକି ହିଁ ଦରକାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy