STORYMIRROR

Ramachandra Bhutia

Inspirational Others

4  

Ramachandra Bhutia

Inspirational Others

ହେ ନାରୀ !

ହେ ନାରୀ !

1 min
308

ହେ ନାରୀ!! 

ତୁ ବିଶ୍ୱବନ୍ଦିତା, ଚିର ନମସ୍ୟା

ଆଦିଶକ୍ତି ତୁହି ଶକ୍ତିସ୍ୱରୂପା ।


ମା ରୂପେ ଦେଉ ସନ୍ତାନ ଜନ୍ମ

ମା ଡାକ ଆହା କି ଅନୁପମ

ବକ୍ଷ ଚିରି ଖାଏ ଶିଶୁ ଅମୃତ

ଅଳି ଅରଦଳି ସବୁ ସହୁ ତ ।


ମା ର ମହିମା ଅନେକ ଅଟେ

ତା କୀର୍ତ୍ତି ଗରିମା ସଂସାର ରଟେ

ମା ହିଁ ଏ ସାରା ଜଗତେ ଶ୍ରେଷ୍ଠ

ତା ଗର୍ଭ ରୁ ଏହି ସୃଷ୍ଟି ଯେ ସୃଷ୍ଟ ।


ସ୍ନେହ ଦେଉ ତୁହି ସାଜି ଭଉଣୀ

ତୋ ମମତା ପାଖେ ସବୁ ତ ୠଣୀ

କରୁ କେତେ ବ୍ରତ ରହୁ ଉପାସି

ଭାଇ ର ମଙ୍ଗଳ ଶୁଭ ମନାସି ।


ପ୍ରେମ ଦେଉ ପୁଣି ପତ୍ନୀ ରୂପରେ

ଦୁଃଖ ବିପଦ ରେ ରହୁ ସାଥିରେ

ରଖିବାକୁ ନିଜ ପତି ର ଟାଣ

ବାଜି ତୁ ଲଗାଉ ନିଜର ପ୍ରାଣ ।


ଦୁହିତା ରୂପରେ ନେଲେ ତୁ ଜନ୍ମ

ପୁଲକିତ ହୁଏ ମାତାପିତାଙ୍କ ମନ

ସଭିଏଁ କୁହନ୍ତି ତୁ କନ୍ୟାରତ୍ନ

କରୁଥାନ୍ତି ତୋର ଆଦର ଯତ୍ନ ।


ହେ ନାରୀ!!!

ତୁହି ଦୁର୍ଗା ସୀତା ତୁହି ସାବିତ୍ରୀ

ସର୍ବସଂହା ରୂପି ମାତା ଧରିତ୍ରୀ

ମହିଷାମର୍ଦ୍ଦିନୀ ତୁ ଦଶଭୁଜା

ଯୁଗେଯୁଗେ ନାରୀ ତୋହରି ପୂଜା ।


ମହାଦେବ ଙ୍କ ର ତୁ ଅଟୁ ଶକ୍ତି

ବିଷ୍ଣୁ ତୋ ପାଇଁ କମଳାପତି

ତୁ କାଳୀ କରାଳୀ ତୁ କାତ୍ୟାୟନୀ

ଆଦିଶକ୍ତି ତୁହି ବିଶ୍ଵ ଜନନୀ ।


ହେ ନାରୀ!!!

ପସୋରିଲୁ କି ତୁ ଶକ୍ତି ତୋହର

ଅବଳା କହେ ଏ !! ଛାର ନର

ଦୁର୍ବଳା ତୁ ହେଲୁ କହ କିମ୍ପାଇ

କେଉଁ ଶସ୍ତ୍ର ତୋର ହାତରେ ନାହିଁ ।


କାହିଁକି କହ ତୁ ଝରାଉ ଲୁହ

ବୁଝୁଛି କିଏ ତୋ ମନର କୋହ

ମାତ୍ର ଚାହୁଁ ଯଦି ନିଜ ସମ୍ମାନ

ଦୁର୍ଗା ରୂପେ ତୁ ନେ ଜନମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational