ସ୍ବପ୍ନ ସହରରେ ନିତି ଦେଖୁଛି ସ୍ବପ୍ନ
ସ୍ବପ୍ନ ସହରରେ ନିତି ଦେଖୁଛି ସ୍ବପ୍ନ
ସ୍ୱପ୍ନ ସହରେ ତୋଳିଛି ମୁଁ ଏକ ଘର
ଏକ ପ୍ରିୟା ପାଇଁ ମୋର
ନିତି ଦେଖୁଛି ସ୍ବପ୍ନ ଯାହା ରାତିରେ
କରିବାକୁ ତାକୁ ନିଜର ।
ଆକାଶ ଚାହିଁ ଦେଖୁଛି ସ୍ବପ୍ନ ମାନ
ରାତି ରହି ଉଜାଗର
ସ୍ବପ୍ନରେ ଆସି ପ୍ରିୟା ମୋହର
ନିଦକୁ କରିଲ ଚୋର ।
କେତେ ରାତି ରହି ମୁଁ ଉଜାଗର ପିୟା
ସପନେ କାନ୍ଦୁଛି ବସି
ସପନେ ସପନେ ଆସ ତୁମେ ଖାଲି
ଦେଉଛ ମୁରିକି ହସି ।
କେମିତି କହବି କୁହ ପ୍ରିୟା ତୁମେ
ସପନେ ଆସିଛ ମୋର
ଭାବିଛି ମୁଁ କରିବି ତମକୁ ସାତ ଜନ୍ମ
ହେବ ମୋର ନିଜର ।
ଏ ଜୀବନ ମନ ବନ୍ଧା ତୁମ ପ୍ରେମରେ
ବୁଝିବାକୁ ଚାହଁ ବନ୍ଧୁ
ତୁମେ ପାଶେ ଥିଲେ ଏକ ଲମ୍ଫରେ ମୁଁ
ପାର ହେବି ସାତ ସିନ୍ଧୁ ।
ଶୋଇ ରହି ନିତି ମୁଁ ଦେଖୁଛି ସ୍ବପ୍ନ
ସ୍ବପ୍ନରେ ଆସିଛ ମୋର
କେତେ ଆଉ ମୋର ସପନେ ଆସିବ
ପାଇଲି ସାନିଧ୍ୟ ତମର ।
ସାଇତି ରଖିଛି ରୂପ ଯୌବନକୁ
ସମର୍ପିବି ତୁମ ପାଦେ
ସପନ ମୋ ସତ ହେବ କି ପ୍ରିୟା
କଥା ଦିଅ ମୋତେ ପଦେ ।
ସ୍ବପ୍ନ ରାଇଜରେ ହଜିଭିଜି ଦିନେ
ମରିଯିବି ପ୍ରିୟା ଦିନେ
ରାତି ପାହିବା ଆଗରୁ ଯିବ ମୋ ପ୍ରାଣ
ବାଜିବ ସଭିଙ୍କ କାନେ ।
ଜୀବନ ଅଟେ ଏକ ପାଣି ଫୋଟକା
ଭାଷି ଯିବ ମୋ ପ୍ରାଣ
ଦରିଆ ସାଗରେ ଭାସିଯିବି ମୁଁ ଦିନେ
ଭାସିଯିବ ମୋ ପ୍ରାଣ ।
ସତରେ ସ୍ବପ୍ନ ସତ ହେବ କି ପ୍ରିୟା
ଅସରନ୍ତି ସ୍ବପ୍ନ ମାନ
ଯାହା ମୁଁ ଦେଖିଛି ଯାହା ଭାବିଛି ମୁଁ
ଦେଖିବାର ସ୍ବପ୍ନ ମାନ ।
ସପନେ ସପନେ ଗଣେ ଆକଶ ତାରା
ଭାବି ମୋର ଯଉବନ
ଆକଶକୁ ଚାହିଁ ଭାବି ବସେ ମୁହଁ
ରୂପ ମୋର ଯଉବନ ।
ଅଧୁରା ସ୍ବପ୍ନ ଅଧୁରା ପ୍ରିୟା ସତ ହେବ
ଦେଖିଥିବା ସ୍ବପ୍ନ ମାନ।