STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଭାଗ୍ୟରେଖା

ଭାଗ୍ୟରେଖା

1 min
316


ହାତଟାକୁ ମୁଁ ଦେଖୁଥାଏ ନିତି

 ବଦଳିବ କାଳେ ଭାଗ୍ୟରେଖା,

 କେବେ କାଳେ ଭାଗ୍ୟ ଖୋଲି

 ହୋଇ ହସ୍ତେ ଆଙ୍କି ଯିବ ମୋର ଧନରେଖା ll


ଜ୍ୟୋତିଷଙ୍କୁ ଡାକି ଦେଖାଇଛି ହାତ  

 କାହିଁ କେତେ ବାର ଗଣି ନାହିଁ,

 ଜାତକ ପତର ଦେଖାଇଛି କେତେ 

  ପଣ୍ଡିତଙ୍କୁ ମୁଁ ଚିହ୍ନି ନାହିଁ ll


ହସ୍ତରେଖା କାଳେ ଘଷି ହୋଇଯିବ

ତମ୍ବାଖୁ ଖଇନି ଦଳେ ନାହିଁ,

ଫାଟିବା କପାଳ ଯୋଡ଼ିହେବା ପାଇଁ

 ମଥାରେ ସାବୁନୁ ମାରେ ନାହିଁ ll


କିଏ କହେ ତୁମେ କର ଦେବି ମାଆ

 ତାରିଣୀ ମଙ୍ଗଳା ପୂଜା

କିଏ କହେ ତୁମେ ଉଡାଅ ବାବାଙ୍କ

ମନ୍ଦିର ଚୂଡ଼ାରେ ଧ୍ବଜା   ll


ସତ କୁହ ଭାଇ କିଏ ସୁଭାକାଂକ୍ଷୀ

  ଭାଗ୍ୟ ସଂମ୍ବନ୍ଧରେ ଅଛି ଜ୍ଞାନ

କେଉଁ ଉପାୟଟା କରିବାକୁ ବାକି

   କରି ବଢାଇବି ସନମାନ ll


ଭାଗ୍ୟ ବଦଳିବ ସପନ ଫଳିବ

   ବନିଯିବି ଜଣେ ମହାଜ୍ଞାନୀ

ବଡ ବଡ କବି ସାଙ୍ଗେ ସଙ୍ଗ ହେବି

    ଆଉ କରିବେନି ହିନମାନି ll



Rate this content
Log in