STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ପ୍ରେମ

ପ୍ରେମ

1 min
466


ପ୍ରଥମ ପ୍ରେମକୁ ଭୁଲି ପାରୁନାହିଁ

ଭୁଲେଇ ଦେବ କି ମୋତେ,

ଯେତେ ବୁଝିଲେ ବି ମନ ବୁଝେନାହିଁ

ବୁଝେଇ ଦେବ କି ମୋତେ।

ମନରେ ମୋହର କେତେଯେ ଯାତନା

ବୁଝିନାହଁ କେବେ ପ୍ରିୟା,

ମନର ଅନ୍ଧାରେ ଦୀପଟିଏ ଜାଳି

ଖୋଜୁଥାଏ ତୁମ ଛାୟା।

କେତେଯେ କାନ୍ଦିଛି କେତେଯେ ଭାବିଛି

ଦେଖିବାକୁ ଚାହିଁ ନାହଁ,

ଏକାକୀ କେତେ ମୁଁ ରାତିରେ ବୁଲିଛି

ଜାଣିବାକୁ ପାଇ ନାହଁ।

ଏକାକୀ ବୁଲିଲେ ଜାଣି ପାରେ ନାହିଁ

ତୁମ କଥା ଭାବୁଥାଏ,

କେବେ ମୁଁ ରାତିକୁ ଜାଣି ପାରେ ନାହିଁ

ଦେଖୁ ଦେଖୁ ବିତି ଯାଏ।

ବୁଝିଯାଅ ଟିକେ ମୋ ମନ ବେଦନା

ହସ ନାହିଁ ମୋର ଆଉ,

ଜୀବନର ଦୀପ ଲିଭି ଲିଭି ଯାଏ

ଧୈର୍ଯ୍ୟ ନାହିଁ ମୋର ଆଉ।

ତୁମକୁ ଜାଣିଛି ତୁମକୁ ଶୁଣିଛି

ଜାଣି ନାହିଁ କିଛି ଆଉ,

ଜାଣି ସବୁ କିଛି ଅଜଣା ହୋଇଛି

ସହି ପାରୁ ନାହିଁ ଆଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍