ଟୁଇଁକିଲ
ଟୁଇଁକିଲ
ଟୁଇଁକିଲ ହେଇଥିଲୁ ଅତି ଛୋଟ
ବାପା ମାଆଙ୍କ ଅଟୁ ଗେଲ୍ହବସରି ।
ତିନିବର୍ଷ ରେ ହେଇଥିଲୁ ତୁ ଗେଲି
ବାପାଙ୍କର ତୁ ଗଳାର ମାଳି ।
ବୟସ ମୋର ମାତ୍ର ତିନି ବରଷ
କେତେ ଆଶା ଥିଲା ମନ ତୋହରି ।
ଦୁନିଆକୁ ଆସି ଅଳ୍ପ ଦିନରେ ତୁ
ଛାଲିଗଲୁ ଆମକୁ ପର କରି।
ମଣିଷ ଚଣ୍ଡାଳ ସହିଲାନି ତୋତେ
ଗଣ ବଳାତ୍କାର କରି ଦେଲାମାରି।
କୁନି ଝିଅ ଟିଏ ଭାବିଲେ ନାହିଁ
ହେବି ତାଙ୍କ ମାଆ ଭଉଣି ପରି।
ଭାବିଲେନି ଥରେ ଚିନ୍ତା ନକରି
ଶାଗୁଣା ହୋଇ ଦେଲେ ମାରି ।
ଧିକ ତାଙ୍କ ମଣିଷ ପଣିଆ ଧିକ ଛି
କଣ ଏ ପାଇଲେ ମୋତେ ମାରି।
ଏଡେ ମୂର୍ଖ ସିଏ କେମିତି ଚଣ୍ଡାଳ
ତୋର ଦେହ ପଡିଲା କାହା ନଜର
ଚଣ୍ଡାଳ ଦେଲେ ବଳାତ୍କାର କରି।
ଜିବନରୁ ତୋତେ ଦେଲା ମାରି।
ହେ ଦୁନିଆ ଏକି ଏକି ହେଲା
ଆଖିରୁ ଯାଉଛି ଲୋତକ ଝରି ।
ଜଗନ୍ନାଥ ପାଖରେ ମୋର ଏତିକି
ତୋ ଆତ୍ମା ଶାନ୍ତି ପାଇଁ ମୁଁ ଗୁହାରି ।
ନିଶ୍ଚିତ ନ୍ୟାୟ ମିଳିବ ଟୁଇଁକିଲ
ଫାଶିରେ ଝୁଲିବେ ଧର୍ଷଣ କାରି।
ଉପରେ ରହି ସବୁ ଦେଖିବୁ ତୁ
ଦୁନିଆରୁ ଗଲୁ ଆମକୁ ପର କରି।
ଧନ୍ୟ ତୁ ଧନ୍ୟ ତୋ ପିତା ମାତା
କେଡେ ଅଭାଗା କରି ଗଲୁ ପର କରି
କବିତା ମାଧ୍ୟମରେ ମୋର ଏତିକି
ସମସ୍ତଙ୍କ ପାଖରେ ମୁଁ କରେ ଗୁହାରି।
ଟୁଇଁକିଲ ପାଇଁ କବିତା ଟିଏ ଲେଖି
ଆତ୍ମାର ସଦଗତି ପାଇଁ କର ଗୁହାରି।
ଏତିକି ଛୋଟ ପିଲା ଦୁନିଆରୁ ଗଲା
ଆଖିରୁ ଯାଉଛି ମୋର ଲୋତକ ଝରି
ଯାଉଛି ମୁଁ ଏ ଦୁନିଆରୁ ଛାଡି ଏକା
ମୁଖ୍ୟ ଚଣ୍ଡାଳ ମୋତେ ଦେଲେ ମାରି
ନ୍ୟାୟ ତାକୁ ମିଳୁ ଫାଶୀ ତାଙ୍କୁ ମିଳୁ
ଭାରତ ସରକାରଙ୍କୁ ମୋର ଗୁହାରୀ।