STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ନିଦାଘି

ନିଦାଘି

1 min
116

ଋତୁ ପରି ଏଠି ବଦଳେ ମଣିଷ 

  ମହୀ କ୍ଷଣେ କ୍ଷଣେ ଆନ 

ସ୍ଵାର୍ଥ ନିଦାଘର ଉଜାଣି ବହୁଛି 

   ତପ୍ତ ହୁଏ ମନ ପ୍ରାଣ   


କାଲି ଯିଏ ଥିଲା ନିଜ ଠୁଁ ନିଜର 

    ସିଏ ଆଜି ସାତ ପର 

ମଳୟ ପରଶେ ଥିଲା ଯାହା କାଲି 

    ଆଜି ତାହା ନାରଖାର   


ହିଂସା ଅସୂୟାର ଦାରୁଣ ନିଦାଘ 

    ମନରେ ବାନ୍ଧିଛି ବସା 

ଏ ମଣିଷ ଆଜି ତା' ଫାନ୍ଦରେ ପଡି 

     ହରାଏ ନିଜର ଦିଶା   


ହୁତୁହୁତୁ ଆଜି ଜଳେ ଏଠି ମନ 

     ଆନନ୍ଦ ଯାଇଛି ହଜି 

ଶାନ୍ତିର ନୀଡ଼ଟା ଯାଇଛି ଭୁଷୁଡି 

     ଅଶାନ୍ତି ଝଡରେ ଭିଜି  


ଆହେ ମହାପ୍ରଭୁ ବହିଣ ସୁଦୟା 

    ଏତିକି କରୁଣା କର 

ଏ ମଣିଷ ମନେ ପ୍ରେମ ମନ୍ଦାକିନୀ 

    ବାରେ ପ୍ରବାହିତ କର  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍