STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ବଦଳିଗଲା ମୋର ଭାଗ୍ୟରେଖା

ବଦଳିଗଲା ମୋର ଭାଗ୍ୟରେଖା

1 min
207


ମୋର ହାତଟାକୁ ମୁଁ ଦେଖିଚାଲେ

 ବଦଳିବ ମୋ ଭାଗ୍ୟରେଖା।

କାହିଁକି କେଜାଣି ମୋର ଭାଗ୍ୟରେ 

 ଖୋଲିବ କି ଭାଗ୍ୟରେଖା ।


ଜୋତିଷଙ୍କୁ ଡାକି ଦେଖେ ମୋର ଏ

 ମୋର ଜାତକର ରେଖା।

ହାତ ପାପୁଲିରେ ଆଉ ଜାତକ ବି

 ଜାତକ ବି ଏକ ରେଖା ।


କିଏ କହେ କପାଳ ଫଟା କିଏ ଶନି

 ରାହୁଙ୍କର କୋପ ରେଖା ।

କିଏ କହେ ଜାତକ ଦୋଷ ଅଛି ତ

 ଜାତକ ଏ ତୋର ଦେଖା ।


କିଏ ଅଷ୍ଟ ଗ୍ରହଙ୍କର ପଡିଛି କୋପ

 କର ତୁମେ ଅଷ୍ଟ ପୂଜା।

କିଏ କହେ ତୁମ କର କିଛି ଭଗବାନ

 ରାମ ହନୁମାନଙ୍କ ପୂଜା।


କିଏ କହେ ତୁମେ କର ଦେବି ମାଆ

 ତାରିଣୀ ମଙ୍ଗଳା ପୂଜା।

କିଏ କହେ ତୁମେ କର ବାବା ଭୋଳା

 ମାହାଦେବଙ୍କର ପୂଜା।


ଆଉ କହେ ସବୁ ତୁମ ପାପୁଲି ରେଖା

 ରେଖାରୁ ଏ ଗୋଟେ ରେଖା ।

ହାତର ପାପୁଲି ମୋର ଦେଖି ଦେଖି

 ବଦଳିବ ନାହିଁ ଭାଗ୍ୟରେଖା ।


ଏକ ଗୁରୁ ବାବାଠୁ ଉତ୍ତର ମିଳିଲା 

 କର ପିତାମାତା ପୂଜା ।

ସତରେ ମୁଁ କେଡେ ବୋକାଟା ଏତେ

 ନକରି ପିତା ମାତା ପୂଜା।

 

ମନ୍ଦିର ଦେଉଳେମାନଙ୍କରେ ନିତି

 କରେ ସବୁ ଭୋଗ ପୂଜା ।

ଏଥର ଜୋର ଜୋର ହସି ଦେଇ

 କଲି ପିତା ମାତା ପୂଜା ।


ହାତର ରେଖା ଜାତକ ରେଖା ମୋର 

 ବଦଳିଲା ଭାଗ୍ୟରେଖା ।

କୋଉ ପାପୁଲିର ଭାଗ୍ୟରେଖାକୁ 

 ହଜିଗଲା ଭାଗ୍ୟରେଖା ।


ନିଜ ଭାଗ୍ୟର ମୁଁ ଏ ଠିକଣା ଖୋଜି 

 କଲି ପିତା ମାତା ପୂଜା ।

ହେ ବିର ସନ୍ତାନ ଏତିକି କହିବି ହେ

 କର ପିତା ମାତା ପୂଜା ।


ସେ ଅଟନ୍ତି ଆମର ଜୀବନ୍ତ ଦେବତା

 କର ତାଙ୍କର ଏ ପୂଜା।

ଥରେ ପରୀକ୍ଷା କରି ଦେଖିଥିଲି ମୁଁ

 ବଦଳିଲା ଭାଗ୍ୟରେଖା ।


କବିତାରେ ଏତିକି କହିବି ଏ ସତ୍ୟ 

 ବଦଳିବ ତୁମ ଭାଗ୍ୟରେଖା।

ବଳରାମ କରେ ଏତିକି ଅଳି ଥରେ 

 ବଦଳିବ ଭାଗ୍ୟରେଖା।


ଜାତକ ଗଣନା ଦେଖା ପାପୁଲି ର

 ବଦଳିବ ଭାଗ୍ୟରେଖା ।

ଗୋଟିଏ ମାସ କରି ତମେ ଦେଖ

 ବଦଳିଲା କି ତୁମ ଭାଗ୍ୟରେଖା ।



Rate this content
Log in