Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Others Tragedy

4.2  

ବି. ନିରୁପମା

Action Others Tragedy

ଯାତକୁ ଡାକିଲୁ ନାହିଁ

ଯାତକୁ ଡାକିଲୁ ନାହିଁ

1 min
5.0K



ଏତେକରି ତୋତେ କହିଥିଲି-ହେଲେ
ଯାତକୁ ଡାକିଲୁ ନାହିଁ ,
ତୁଚ୍ଛାରେ ଯା' ଖାଲି ଭାବ ଲଗେଇଛୁ
ବୋଲାଇ ଜଗତ ସାଇଁ ।(ଘୋଷା)

ବହୁତ ଦିନରୁ ଆଶାଥିଲା ମୋର
ରଥ ଯାତରାଟି ଦେଖିବାକୁ ତୋର ,
ଶ୍ରୀ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର
ସାଥେ ଯାଇଥା'ନ୍ତି ଧାଇଁ ।(୧)

ଯାତକୁ ଡାକିଲୁ ନାହିଁ....
ତୁଚ୍ଛାରେ ଯା' ଖାଲି ଭାବ ଲଗେଇଛୁ
ବୋଲାଇ ଜଗତ ସାଇଁ ।

ଦେଖିଥା'ନ୍ତି ବୁଲି ଆନନ୍ଦ ବଜାର
ବଡ଼ଦାଣ୍ଡେ ଭକ୍ତ ହଜାର ହଜାର ,
ରଥ ଦଉଡ଼ିକୁ ଟାଣିଥା'ନ୍ତି ତୋର
ଆଣ୍ଟକରି ସାଇଁ,ସାଇଁ ।(୨)

ଯାତକୁ ଡାକିଲୁ ନାହିଁ....
ତୁଚ୍ଛାରେ ଯା' ଖାଲି ଭାବ ଲଗେଇଛୁ
ବୋଲାଇ ଜଗତ ସାଇଁ ।

ଏତେକରି ତୋତେ କହିଥିଲି-ହେଲେ
ଯାତକୁ ଡାକିଲୁ ନାହିଁ ,
ତୁଚ୍ଛାରେ ଯା' ଖାଲି ଭାବ ଲଗେଇଛୁ
ବୋଲାଇ ଜଗତ ସାଇଁ ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action