ରତ୍ନାକର ଚମ୍ପୂ (ଚ)
ରତ୍ନାକର ଚମ୍ପୂ (ଚ)
ରତ୍ନାକର ଚମ୍ପୂ
(ଚୌପଦୀ ରତ୍ନାକର)
(6)
ରାଧାଙ୍କ ପ୍ରତି ସଖୀ
ରାଗ – ବସନ୍ତ - ରୂପକ
ଚଞ୍ଚଳ ଦୃଗଞ୍ଚଳବତୀ, ତୋଘେନି ନୀଳନୀରଦ -
ତନୁ ତନୁ ଦିଶେ ଗୋ (ଘୋଷା)
ଚକୋର ପରି ତାର, ଚିତ୍ତ ନିରତେ ତୋର
ଚାରୁ ବଦନଚନ୍ଦ୍ରେ ରସେ ଗୋ (1)
ଚମକି ସ୍ମରଶରେ ଚିତ୍ତ ନିବେଶି ତୋରେ
ଚକିତେ ଚାହୁଁ ଚଉପାଶେ ଗୋ (2)
ଚରଣ କିଶଳୟ ଚାଳିବାକୁ ସଂଶୟ
ଚିର ବିରହତାର ବଶେ ଗୋ (3)
ଚିନ୍ତି ରୂପ ତୋହରି ଚିତ୍ର ପ୍ରତିମା ପରି
ଚାହିଁଲେ ଦୂରକୁ ଆଭାସେ ଗୋ (4)
ଚାତୁର୍ଯ୍ୟବତୀ ତୋଷେ ଚନ୍ଦ୍ରକଚୂଳ ପାଶେ
ଚଳ ତୁ ଜଗଦ୍ୱେବ ଭାଷେ ଗୋ (5)