STORYMIRROR

Dr. Pratap Kumar Swain

Classics

3  

Dr. Pratap Kumar Swain

Classics

ସମ୍ପର୍କ -ପଞ୍ଚମ ଭାଗ

ସମ୍ପର୍କ -ପଞ୍ଚମ ଭାଗ

1 min
251


ଏଇ ସେହି ଲାଲ୍ ପରୀ

ଚାଲୁଛି ସେ ହାତଧରି

ଖେଳାଇ ଖୁସି ଲହରୀ

ହସୁଅଛି ଖିଲିଖିଲି।

ବୁଝୁ କି ନ ବୁଝୁ ସିଏ

ଫୁଲ ପାଖେ ବସିଯାଏ

ଛୁଇଁ ଦିଏ ତା ପାଖୁଡା

ମନ ତାର ଖୁସି ହୁଏ।

ଫୁଲ ଆଜି ତାର ସାଥି

ତା ସାଥେ ଖେଳିବ ନିତି

କହିବାକୁ ଏହି କଥା

ଆସିଛି ଧାଇଁ ।

ତାର ରଙ୍ଗ ଫୁଲ ରଙ୍ଗ

ସତେତ ଯାଇଛି ମିଶି

ସେଥିପାଇଁ ତାସାଥିରେ

ବସିଛି ସାଙ୍ଗ ।

ଫୁଲ ସହ ତା ସଂପର୍କ

ଯୋଡି ଦେଇ କରେ ଲକ୍ଷ୍ଯ

ଟିକେ ପୁଣି ବାହାରକୁ

ଦିଏ ସେ ଚାହିଁ ।

କେଡେ ନିରୀହ ଏ ଫୁଲ

ଅମୂଲ ଅଟେ ତା ମୂଲ

ବୁଝି ନପାରି ମଣିଷ

ଦିଏ ଛିଣ୍ଡାଇ।

ଆଶା ତାର ମଉଳଇ

ଅଦିନରେ ଝଡେ ସେହି

ମଣିଷ ମାରେ ତାହାକୁ

ତା ସ୍ବାର୍ଥ ପାଇଁ ।

ଝିଅ ଟି ସେ ଫୁଲ ଟିଏ

କେତେ ଆଶା ତାର ଥାଏ

ଜନମ ଆଗରୁ ତାକୁ

ମାତା ପିତା ମାରିଦିଏ।

ଯଦି ସିଏ ଜନ୍ମ ନିଏ

ସବୁ ମନ ଦୁଃଖ ହୁଏ

ଖର୍ଚ୍ଚ ହେବ ବାହାଘରେ

ଟଙ୍କା ପୁଳାଏ।

ଦୁଃଖ ତାର ସରେ ନାହିଁ

ପୁରୁଷର ହାତେ ସେହି

ନିର୍ଯ୍ଯାତିତା ହେଉଥାଇ

ଦିନ ବିତାଏ ଭାଗ୍ଯକୁ

ଆଦରି ନେଇ।

ସଂପର୍କର ମୂଳ ମନ୍ତ୍ର

ଅଟେ ସେହି କନ୍ୟା ରତ୍ନ

ତା ବିନା ସୃଷ୍ଟି ଅଧୁରା

ଜାଣେ ତ ଏହି ଜଗତ।

ଜନନୀ ଭଗିନୀ ଜାୟା

ତା ବିନା ମିଳେନା ରାହା

ସେ ବଞ୍ଚିଲେ ବଞ୍ଚିବଯେ

ଏହି ଦୁନିଆ।

ସେ ଚଳନ୍ତି ଭଗବାନ

କରିଣ ତାର ସମ୍ମାନ

ସଂପର୍କ ର ସୃଷ୍ଟି ପାଇଁ

ହେବା ଯତ୍ନବାନ।

ଫୁଲ ପରି ହସୁସିଏ

ଖୁସିରେ ତ ନାଚୁସିଏ

ତା ଖୁସିରେ ହସି ହସି

ଏ ଧରଣୀ କହୁଥାଉ

ସଂପର୍କ ର ସୂତ୍ରଧର

ଅଟଇ ସିଏ।


Rate this content
Log in

Similar oriya poem from Classics