Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ

1 min
247



ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ

ହୁଏ ମହା ସମାରୋହ

ଶ୍ରୀ ଶିବଶଙ୍କର ମାଆ ପାର୍ବତୀଙ୍କ

ସମ୍ପନ୍ନ ଦେବ ବିବାହ ।

ବୈଦିକ ରୀତିରେ କନ୍ୟା ଅନ୍ୱେଷଣ

ନିର୍ବନ୍ଧ ଓ ନିମନ୍ତ୍ରଣ

ଅକ୍ଷୟ ତୃତୀୟା ଥାଳଉଠା କର୍ମୁ

ହୋଇଥାଏ ଅୟରାମ୍ଭ ।

ପ୍ରଭୁ ଲୋକନାଥ ଲିଙ୍ଗରାଜ ପୀଠେ

ସମ୍ବଲପୁର ସହରେ

ଶୀତଳଷଷ୍ଠୀର ହୁଏ ସମାରୋହ

ମହା ଯାକଯମକରେ ।

ଗ୍ରୀଷ୍ମ ଋତୁ ଶେଷ ବର୍ଷା ଆଗମନେ

ଆକାଶ ମେଘ ମେଦୁର

ଧରଣୀ ଦିଶଇ ସବୁଜ ସୁନ୍ଦର

ବୃଷ୍ଟିପାତେ ସୁଶୀତଳ ।

ଲୋକାଚାର ମତେ ହୁଅଇ ସମ୍ପନ୍ନ

ଥାଳଉଠା ପତ୍ରପେଣ୍ଡି

ନୃସିଂହ ନଉତା ଶୁଭ ଗୁଆଗୁଣ୍ଡା

ବିବାହ ଶୀତଳ ଷଷ୍ଠୀ ।

ସମ୍ବଲପୁରର ନନ୍ଦପଡା ସ୍ଥିତ

ବରାଡ ବାଲୁଙ୍କେଶ୍ୱର

ବାବା ଲୋକନାଥ ଝାଡୁଆପଡାର

ଠାକୁପଡା ଗୁପ୍ତେଶ୍ୱର ।

ବଡ଼ବଜାରର ଶୀତଳେଶ୍ୱରାଦି

ପ୍ରତିଷ୍ଠିତ ଶିବବାବା

ବିଧିବିଧାନରେ କନ୍ୟାଙ୍କ ଗୃହକୁ

କରିଥାନ୍ତି ଶୋଭାଯାତ୍ରା ।

ଭାଗ୍ୟ ଶାଳୀ କିଛି ନିର୍ଦ୍ଦିଷ୍ଟ ଦମ୍ପତି

ବରକନ୍ୟା ମାତାପିତା

କରନ୍ତି ସମ୍ପନ୍ନ ଶୁଭ ପରିଣୟ

ଲୋକମତେ ପରମ୍ପରା ।

ମହା ପଟୁଆରେ ମନ୍ଦିର ପ୍ରବେଶ

କରନ୍ତି ଦେବ ଦମ୍ପତି

ବାଦ୍ୟ ନୃତ୍ୟ ଗୀତେ ଉଛୁଳି ପଡଇ

ସମ୍ବଲପୁରର ମାଟି ।

ସ୍ଥାନୀୟ ଅଞ୍ଚଳ ବାହାର ପ୍ରଦେଶୁ

ଆସନ୍ତି କିନ୍ନର ଛକ୍କା

ନୃତ୍ୟ ଡାଲଖାଇ ରଙ୍ଗବତୀ ସୁରେ

ଦୁଲୁକେ ନାଚ ତାମସା ।

ଶିବ ପାର୍ବତୀଙ୍କ ଏ ମହାମିଳନ

ମଙ୍ଗଳ କଲ୍ୟାଣ କାରୀ

ସୃଷ୍ଟିକୁ କରଇ ଶାନ୍ତ ସୁଶୀତଳ

ବରଷେ ଅମୃତ ବାରି ।


Rate this content
Log in

Similar oriya poem from Classics