ପୃଥକବାସରେ ରହିଛି ଜଗା
ପୃଥକବାସରେ ରହିଛି ଜଗା
ମନଭରି ଟିକେ ଗାଧେଇ ପଡିଲା
ସେଥିପାଇଁ ତାକୁ ଜର ହୋଇଛି
କରୋନା କି ନାହିଁ ଜଣା ପଡୁନାହିଁ
ସେପାଇଁ ପୃଥକ ହୋଇ ରହିଛି I
ସୁସ୍ଥ ହେବାପାଇଁ ତା' ଶ୍ରୀ ଅଙ୍ଗରେ
ମାଲିସ ହୋଇଲା ଫୁଲରି ତେଲ
ଧିରେ ଧିରେ ସୁସ୍ଥ ହେଉଛି କାଳିଆ
ଏବେ ଦେହ ଟିକେ ଲାଗୁଛି ଭଲ I
ରଜ ପାଳିବାକୁ ଇଛା ଥିଲା ତାର
ସରିନାହିଁ ବୋଲି ପୃଥକବାସ
ଅଣସର ଘରେ ଏବେ ବି ରହିଛି
ମୁହଁରେ ତା ନାହିଁ ଟିକିଏ ହସ I
ଥଣ୍ଡା ଶର୍ଦ୍ଦି କାଶ ଭଲ ହୋଇଲାଣି
ଧିରେ ଧିରେ ଦେହୁ ଛାଡୁଛି ଜର
ଏକାନ୍ତବାସରୁ ପଦାକୁ ଆସିବ
ଛଟପଟ ହୁଏ ମନ ତାହାର I
ନବ ଯଉବନ ବେଶରେ କାଳିଆ
ରତ୍ନସିଂହାସନେ ବସିବ ଯାଇ
ଭକ୍ତଜନ ତାକୁ ଦେଖି ପାରିବେନି
ଭାବି ଭାବି ମନ ଦୁଃଖ କରଇ I
ଭାଇ ଭଉଣୀଙ୍କୁ ସାଙ୍ଗେ ଧରି ଜଗା
ସଗର୍ବେ ରଥରେ ହୋଇବ ବିଜେ
ତା ଆଗେ ଗୋଟିଏ ଭକତ ନଥିବେ
ଏକା ଦେଖୁଥିବ ନିଜକୁ ନିଜେ I
