Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Classics

3  

Bijay Prusty

Classics

ଚକାଡୋଳା ଟିକେ ଦର୍ଶନ ଦେ

ଚକାଡୋଳା ଟିକେ ଦର୍ଶନ ଦେ

1 min
253



କାଳିଆ କି ତୋର କଳା ହଜିଗଲା

ନୀରବ ଆଜି ତୋ ମୂରଲୀ ସ୍ୱନ

କରୋନାକୁ ଡରି ସଙ୍ଗରୋଧ ଘରେ

ଏକା ଏକା ବସି କାଟୁଛୁ ଦିନ ?

ନୀରବ ଯେ ଆଜି ସଭିଙ୍କର ସ୍ୱର

ଅଜଣା ଆତଙ୍କ କରିଛି ଗ୍ରାସ

ସଭିଏଁ ଲୋଡନ୍ତି ତୋର ଦରଶନ

ଦେଖିବାକୁ ତୋର ଶ୍ରୀମୁଖେ ହସ I

ଡେରି ଆଉ କରନାହିଁରେ କାଳିଆ

ଖୋଲି ଦେ' ତୋର କଂସା କବାଟ

ତୋ କୃପାଦୃଷ୍ଟିରେ ଚାହିଁ ଦେ ଥରେ

ଶେଷ ହୋଇଯାଉ କରୋନା ନାଟ I

ଅଳସ ସଂଜର ବୁକୁଭେଦି କାନେ

ପଡିଯାଉ ତୋର ବଇଁଶୀ ସ୍ୱର

ତୁଳସୀ ଚନ୍ଦନେ ମହ ମହ ହୋଇ

ମହକି ଯାଉ ତୋ ଭକ୍ତ ଅନ୍ତର I

ଆଖି ଆଗେ ନାଚୁ ନାଲିଆ ଅଧର

କି ସୁନ୍ଦର ତୋର କାଳା ବଦନ

ହଜି ଯାଉ ସବୁ ଦୁଃଖ ଦୈନ୍ୟ କ୍ଳେଶ

ଦେଖି ଦେଖି ତୋର ଚକା ନୟନ I

     


Rate this content
Log in