STORYMIRROR

Sukanta Kumar Nayak

Classics

3  

Sukanta Kumar Nayak

Classics

ରଜ ରାଣୀ

ରଜ ରାଣୀ

1 min
393

କାହାର ତୁ ରାଣୀ 

   କାହାର ଦୁହ୍ଲଣୀ 

     କେ ତୋର ମଉଡମଣୀ , 

ଝିଅଠୁ ଗୃହିଣୀ 

   ସଜ ହୋଇଲେଣି 

     ହେବାକୁ ଗୁଣ ବଖାଣି ।


କି ତୋର କାହାଣୀ 

   ପାରୁନି ମୁଁ ଜାଣି 

     ଏତିକି ପାରିଛି ଶୁଣି , 

ରଜବତୀ ପୁଣି 

   ହୋଇଲେ ଧରଣୀ 

     ହୁଏ ତୋ ପରଶ ମଣି ।


ରୂପ ରଙ୍ଗ ଠାଣି 

   କି ସୁନ୍ଦର ପୁଣି 

     ଦେଖି ସଭିଏଁ ବାୟାଣୀ , 

ଗୀତ ଗାଇଲେଣି 

   ଦୋଳି ଝୁଲିଲେଣି 

     ସ୍ୱାଗତେ ଡ଼ାକ ଦେଲେଣି ।


ତୋର ମନ ଜାଣି 

   ଏକାଠି ହେଲେଣି 

     ପକାଇ ମୁଣ୍ଡେ ଓଢଣୀ , 

ପିଠା ପଣା ଆଣି 

   ତତେ ଯାଚିଲେଣି 

     ତାହାକୁ ଛଡାଇ ପାଣି ।


ଜ୍ଞାତ ମୋ ହେଲାଣି 

   ତୁ ପରବ ରାଣୀ 

     ମଧ୍ୟରେ ପର୍ବପର୍ବାଣୀ , 

କାହିଁକି କେଜାଣି 

   ତୋର ଏ ପର୍ବାଣୀ 

     ବିମୁଗ୍ଧ ମୋତେ କଲାଣି ।


ବିଶ୍ୱର କଲ୍ୟାଣୀ 

   ତୁହି ରଜରାଣୀ 

     ମୁଁ ଏବେ ବୁଝି ଗଲାଣି , 

ସୁଖ ଶାନ୍ତି ଆଣି

   ବାଣ୍ଟ ମନ ଜାଣି 

     ହସୁ ଏ ଧରଣୀ ରାଣୀ ।



Rate this content
Log in

Similar oriya poem from Classics