STORYMIRROR

Sukanta Kumar Nayak

Romance

3  

Sukanta Kumar Nayak

Romance

ଜୀବନ୍ତ ପ୍ରେମ

ଜୀବନ୍ତ ପ୍ରେମ

1 min
200


ଜୀବନ୍ତ ପ୍ରେମ...

ଯାହା ଅଦୃଶ୍ୟ ମନ୍ଥନ 

ଗୁନ୍ଥା ଗୁନ୍ଥି କରି ହସ କାନ୍ଦକୁ 

ଭରିଦିଏ ମନେ କରି ସପନ 

ଉତଫୁଲ୍ଲିତ ଚାହାଣୀରେ ତାର 

ଦେଖିବାକୁ ଇଚ୍ଛାହୁଏ ବାରମ୍ବାର 

ଏମିତି ଆମରଣ |

ଜୀବନ୍ତ ପ୍ରେମ... 

କେବେ 

ଅଙ୍କୁରୋଦଗମ 

ଭଲ ପାଇବାର 

ଓଦା ମାଟି ଦେହେ 

ନିଜକୁ କରେ ସେ ଲୀନ 

ବିକଶିତ 

ପତ୍ର ଫୁଲ ଫଳ ପରି 

ତାର ଉପସ୍ଥିତିକୁ 

ସଦା କରେ ଆଲିଙ୍ଗନ |

ଜୀବନ୍ତ ପ୍ରେମ... 

କେବେ 

ହୃଦ ଆକାଶର ମଲା ଜହ୍ନ 

ସ୍ବପ୍ନ ତାର 

ଆଖି ଲୁହ ହୋଇ 

ବହି ଯାଉଥାଏ ରାତିଦିନ 

ନିରବେ ରହି ବିଳପି ଉଠେ 

ସନ୍ତର୍ପଣେ ଭାବେ 

କରି ଅନୁକ୍ଷଣ 

ଭୂଲର ପରିଣତି ଭୂଲ ବୋଲି 

ହୋଇ କଲବଲ 

ମନନ କରେ ସେ ନିଜ ଜୀବନ |

ଜୀବନ୍ତ ପ୍ରେମ....

କେବେ 

ଅପେକ୍ଷା ଉପେକ୍ଷାରେ ଧ୍ୟାନ 

ପ୍ରଥମ ପ୍ରେମେ 

ଶିହରୀତ ମନପ୍ରାଣ 

ଧୀରେ ଧୀରେ 

ଭଲ ପାଇବାର ନିଷ୍ପ୍ରଭ ଆଲୋକେ 

ପଡ଼ିଯାଏ ମଳିନ 

ତେଣୁ ବୋଧେ କଥା ଦେଇ 

କଥା କେବେ ଫେରାଇନ |

ଜୀବନ୍ତ ପ୍ରେମ....

କେବେ 

କ୍ଷତାକ୍ତ ମନପ୍ରାଣ 

ଯେତେ ଇଚ୍ଛାକରି 

ବୁଝାଇ ହୁଏନା 

ନିଜକୁ ନିଜେ କରି ଚିନ୍ତନ 

ଭାବାବେଗ ଭରା 

ତାର ହୃଦ ରତ୍ନ 

ପାଇ ସାତ୍ଵିକପ୍ରେମ 

କ୍ଷତାକ୍ତେ ବୋଳୁଥାଏ କରି ମଲମ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance