ଛଳନା
ଛଳନା
ଜୀବନର
ସୁନେଲି ସ୍ବପ୍ନ ସବୁ
ପାଣି ଫୋଟକା ପରି
ମିଳେଇ ଯାଏ
ମୁଁ ଯେବେ ତାକୁ ଚାହେଁ
ଦରମଲା ଦେହରେ ମୋ
କ୍ଳାନ୍ତିର ଛିଟା
ଉଙ୍କି ମାରୁଥାଏ
ଯେତେବେଳେ ସେ ମୋ
ପାଖ ଦେଇ ଚାଲିଯାଏ
ଛାଇ ତାର ମୋ ଶରୀରେ
ହାଲକା ପଡିଥାଏ
ଲାଗେ
ଫିକା ଫିକା
ରଙ୍ଗ ଏ ପ୍ରେମର
ରଙ୍ଗୀନ ଦିଶେନି ଆଜି
ଆଉ ଏ ଇନ୍ଦ୍ରଧନୁରେ ଥିବା
ରଙ୍ଗ ସାତର
ସେ ରଙ୍ଗରେ
କଳ୍ପନାର ତାଜମହଲ
ଗଢିବା ଆଗରୁ
ଧୋଇ ଦିଏ ତାର
ରୁକ୍ଷ ଭରା ବ୍ୟବହାର
ନିଜକୁ ନିଜେ
କରି ଅକ୍ତିଆର
ସନ୍ତର୍ପଣେ ଖୋଜେ ନିରନ୍ତର
କିଛି ରହିଛିକି ବାକି?
ଯାହା ନେଇ ଗଢ଼ିହେବ
ଭଙ୍ଗା ଦର୍ପଣ ପ୍ରେମର
କିନ୍ତୁ
ନିଜକୁ
ଲାଗେ ଖେଳନା
ଯେତେ ଇଚ୍ଛାକଲେ
ସଜାଡି ହୁଏନା
ତେଣୁ
ନା' ତାର 'ଛଳନା' ।

