STORYMIRROR

Sukanta Kumar Nayak

Romance Tragedy

3  

Sukanta Kumar Nayak

Romance Tragedy

ଛଳନା

ଛଳନା

1 min
223


ଜୀବନର 

ସୁନେଲି ସ୍ବପ୍ନ ସବୁ 

ପାଣି ଫୋଟକା ପରି 

ମିଳେଇ ଯାଏ

ମୁଁ ଯେବେ ତାକୁ ଚାହେଁ 

ଦରମଲା ଦେହରେ ମୋ 

କ୍ଳାନ୍ତିର ଛିଟା 

ଉଙ୍କି ମାରୁଥାଏ 

ଯେତେବେଳେ ସେ ମୋ 

ପାଖ ଦେଇ ଚାଲିଯାଏ 

ଛାଇ ତାର ମୋ ଶରୀରେ 

ହାଲକା ପଡିଥାଏ 

ଲାଗେ 

ଫିକା ଫିକା 

ରଙ୍ଗ ଏ ପ୍ରେମର 

ରଙ୍ଗୀନ ଦିଶେନି ଆଜି 

ଆଉ ଏ ଇନ୍ଦ୍ରଧନୁରେ ଥିବା 

ରଙ୍ଗ ସାତର 

ସେ ରଙ୍ଗରେ 

କଳ୍ପନାର ତାଜମହଲ 

ଗଢିବା ଆଗରୁ 

ଧୋଇ ଦିଏ ତାର 

ରୁକ୍ଷ ଭରା ବ୍ୟବହାର 

ନିଜକୁ ନିଜେ 

କରି ଅକ୍ତିଆର 

ସନ୍ତର୍ପଣେ ଖୋଜେ ନିରନ୍ତର 

କିଛି ରହିଛିକି ବାକି? 

ଯାହା ନେଇ ଗଢ଼ିହେବ 

ଭଙ୍ଗା ଦର୍ପଣ ପ୍ରେମର

 କିନ୍ତୁ  

ନିଜକୁ 

ଲାଗେ ଖେଳନା 

ଯେତେ ଇଚ୍ଛାକଲେ 

ସଜାଡି ହୁଏନା 

ତେଣୁ 

ନା' ତାର 'ଛଳନା' ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance