ଯଉବନ ଥରେ ଗଲେ ଆଉ ଆସେନା -୧
ଯଉବନ ଥରେ ଗଲେ ଆଉ ଆସେନା -୧
ଅନ୍ନଦା ଶଙ୍କର ରାୟ
(୧)
ଆହା, ଯଉବନ ଥରେ ଗଲେ ଆଉ ଆସେନା ।
ବୃଥା ବିଧୁର ପରାଣେ ଝୁରେ ବାସନା ।
ଫୁଲ ଫୁଟେ, ଫୁଲ ଝଡ଼େ ପୁଣି ଫୁଟେ ସେ,
ପୂରନିମା ଶଶୀ ବୁଡ଼େ, ପୁଣି ଉଠେ ସେ।
ବରଷକେ ଆସି ପୁଣି ମଧୁ ବାଇତ,
ବିରହିଣୀ ଧରଣୀର ପ୍ରାଣ-ଚୟିତ।
ମାତର ନ ଆସେ ଫେରି ଯଉବନ ଗୋ,
ବାହୁଡ଼ଇ ନାହିଁ ଗୋପେ ଗୋପଧନ ଗୋ !
ନ ଫେରଇ ଥର ଥର ଚୋରା ଚାହାଣି,
ନ ଫେରଇ ଛନ-ଛନ ମନ-କାହାଣୀ।
ପରଥମ ପ୍ରଣୟ ଗୋ ସରମ ରଙ୍ଗା,
ବିରହ ନୀରଘ ଶ୍ୱାସ ମରମ ଭଙ୍ଗା।
ସୁଖର ବେଦନା ମୋର ନୀରବ ପ୍ରୀତି
ନ ଫେରିବ କଣ୍ଠେ ଗୋ, ତା’ ମଧୁ ଗୀତି।
ଅଧର ଅଳକ ଆଖି ଆଉ ହସେ ନା,
ଆହା, ଯଉବନ ଥରେ ଗଲେ ଆଉ ଆସେ ନା ।